କାମ ଦେଉନି ମୋଦିଙ୍କ ଫର୍ମୁଲା! ଦୁଇ ବର୍ଷ ମଧ୍ୟରେ ଭାରତର ୩୦ ପ୍ରତିଶତ କର୍ପୋରେଟ କମ୍ପାନୀ ହୋଇପଡିଛି ନିଷ୍କ୍ରିୟ ।

33

ବିଗତ ୪ ବର୍ଷ ଧରି କେନ୍ଦ୍ରରେ କ୍ଷମତା ବିସ୍ତାର କରିଥିବା ମୋଦି ସରକାର ଅନେକ ସମୟରେ ଦେଶର ଜିଡିପି ବୃଦ୍ଧି ନେଇ ଦମ୍ଭୋକ୍ତି କରୁଛନ୍ତି । ହେଲେ ଅନ୍ୟପଟେ ଦେଶର ଜିଡିପି ବୃଦ୍ଧିରେ ଅବଦାନ କରୁଥିବା କର୍ପୋରେଟ୍ କମ୍ପାନୀମାନଙ୍କ ପ୍ରଦର୍ଶନ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇପଡିଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତରେ ବିଗତ ୨ ବର୍ଷ ମଧ୍ୟରେ ୩୦ ପ୍ରତିଶତ କର୍ପୋରେଟ କମ୍ପାନୀ ବାର୍ଷିକ ଟର୍ନଓଭର ବା ବ୍ୟବସାୟିକ କାରବାର ସମ୍ପୂର୍ଣ୍ଣ ଶୂନ ପ୍ରତିଶତ ରହିଛି । ଏବଂ ଯେଉଁମାନେ ମିନିଷ୍ଟ୍ରୀ ଅଫ କର୍ପୋରେଟ ଆଫେୟାର୍ସ (ଏମସିଏ) ଅଧିନରେ ପଞ୍ଜୀକୃତ ଅଛନ୍ତି ସେମାନଙ୍କୁ ପଞ୍ଜୀକରଣରୁ ବାଦ ପକାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି କରୁଛି କେନ୍ଦ୍ର ।

ସୁଚନା ମୁତାବକ ମିନିଷ୍ଟ୍ରୀ ଅଫ କର୍ପୋରେଟ ଆଫେୟାର୍ସ (ଏମସିଏ) କମ୍ପାନୀ ଆକ୍ଟ ଧାରା ୨୪୮ ନିୟମ ଅନୁଯାୟୀ ଏହି ନିଷ୍କ୍ରିୟ କମ୍ପାନୀମାନଙ୍କୁ ପଞ୍ଜୀକରଣରୁ ବାଦଦେବା ପାଇଁ ଯୋଜନା କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି କମ୍ପାନୀମାନେ ବାର୍ଷିକ ରିପୋର୍ଟ ପ୍ରଦାନ କରୁଥିଲେ ମଧ୍ୟ ଏମାନଙ୍କକୁ କେନ୍ଦ୍ର ସରକାର କମ୍ପାନୀ ଆକ୍ଟ ଅନୁସାରେ ପଂଜୀକରଣରୁ ବାଦ କରିଦେବେ ବୋଲି ସୁଚନା ମିଳିଛି । କାରଣ ଗତ ଦୁଇ ବର୍ଷ ଧରି ଲଗାତାର ଭାରତର ୩୦ ପ୍ରତିଶତ କର୍ପୋରେଟ କମ୍ପାନୀଙ୍କ ବାର୍ଷିକ କାରବାର ସମ୍ପୂର୍ଣ୍ଣ ଫେଲ ମାରିଛି ।

କମ୍ପାନୀ ଆକ୍ଟ ଧାରା ୨୪୮:

ମିନିଷ୍ଟ୍ରି ଅଫ କର୍ପୋରେଟ ଆଫେୟାର୍ସ କମ୍ପାନୀ ଆକ୍ଟ ଧାରା ୨୪୮ ନିୟମ କହୁଛି, ଯଦି କୌଣସି କମ୍ପାନୀ ପଞ୍ଜୀକୃତ ହେବାର ଗୋଟିଏ ବର୍ଷ ମଧ୍ୟରେ ବ୍ୟବସାୟ, କାରବାର ଆରମ୍ଭ କରିବାରେ ସକ୍ଷମ ନହୁଏ ତେବେ ସେମାନଙ୍କୁ ପଞ୍ଜୀକରଣରୁ ବାଦ ଦିଆଯିବ ।

୨. ଯଦି କୌଣସି କମ୍ପାନୀ ଦୁଇବର୍ଷ ଟର୍ମ ଅଫ ରେଫରେନ୍ସ ଦ୍ୱାରା ଟର୍ନ ଓଭର ନ କରୁଛି ତେବେ ସେମାନଙ୍କ ପଞ୍ଜୀକରଣ ମଧ୍ୟ ରଦ୍ଦ କରାଇଦେବାର କ୍ଷମତା ଏହି ଅଧିନିୟମରେ ବ୍ୟବସ୍ଥା ରହିଛି ।

ସୁଚନା ମୁତାବକ ବର୍ତ୍ତମାନ ସୁଦ୍ଧା ଫାଇଲ ରିଟର୍ନ ନ କରିଥିବା ୨.୨୫ ଲକ୍ଷ କମ୍ପାନୀଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଛି କେନ୍ଦ୍ର କର୍ପୋରେଟ ମନ୍ତ୍ରଣାଳୟ । ତେବେ ବିଗତ ୨ ବର୍ଷ ମଧ୍ୟରେ ବ୍ୟବସାୟ ଆରମ୍ଭ କରିନଥିବା କମ୍ପାନୀଙ୍କ ସଂଖ୍ୟା ପାଖାପାଖି ୩ରୁ ୪ଲକ୍ଷ ହୋଇଥିବା ବେଳେ ଏଥି ମଧ୍ୟରୁ ୨୫ରୁ ୩୦ ପ୍ରତିଶତ କମ୍ପାନୀ ସମ୍ପୂର୍ଣ୍ଣ ନିଷ୍କ୍ରିୟ ବୋଲି ଜଣାପଡିଛି । ତେବେ ସେମାନଙ୍କୁ ପଂଜୀକରଣରୁ ବାଦ କରିଦିଆଯିବ ବୋଲି ସୁଚନା ମିଳିଛି । ୨୦୧୭ ଡିସେମ୍ବର ଶେଷ ସୁଦ୍ଧା ୧୭ ଲକ୍ଷ କର୍ପୋରେଟ କମ୍ପାନୀ ଏମସିଏ ଅଧିନରେ ପଂଜୀକୃତ ହୋଇଥିଲେ । ଯେଉଁଥିରେ ପାଖାପାଖି ୧୧.୪ଲକ୍ଷ କମ୍ପାନୀଙ୍କ ବ୍ୟବସାୟ ସକ୍ରିୟ ଥିବା ଜଣାପଡିଥିଲା । ତେବେ ପଂଜୀକୃତରୁ ବାଦ ପଡିବାକୁ ଯାଉଥିବା ୩୦ ପ୍ରତିଶତ କମ୍ପାନୀଗୁଡିକୁ ନିଜର ବାର୍ଷିକ ଟର୍ନ ଓଭର ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡିବ ବୋଲି ସୁଚନା ମିଳିଛି ।

ତେବେ ବର୍ତ୍ତମାନ ରିଭ୍ୟୁରୁ ଜଣାପଡିଛି ଏହି ସବୁ ନିଷ୍କ୍ରିୟ କମ୍ପାନୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ କର୍ପୋରେଟ ତରଫରୁ ଏକ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ କରାଯାଇଛି । ଯେଉଁଥିରେ ମନ୍ତ୍ରଣାଳୟ ସଚିବ ଏବଂ ରାଜସ୍ୱ ସଚିବ ଏହି ଟାକ୍ସ ଫୋର୍ସର ଦାୟିତ୍ୱ ଭାର ସମ୍ବାଳିବେ । ନିଷ୍କ୍ରିୟ ହୋଇଥିବା ଚିହ୍ନଟ କମ୍ପାନୀମାନେ ବିମୂଦ୍ରୀକରଣର ଯୁକ୍ତିକୁ ଉପସ୍ଥାପନ କରିଥିବାବେଳେ ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ଏହି କମିଟି କମିଟି କାର୍ଯ୍ୟ କରିବ ବୋଲି ସୁଚନା ମିଳିଛି ।