କୋଣାର୍କ ବାଲୁଖଣ୍ଡ ଉପକୂଳରେ ପଡିଛି ବିଶାଳ ତିମିର ମୃତଦେହ ! ୩୦ ଫୁଟ ଲମ୍ବର ମଲା ତିମି ଉଦ୍ଧାର

47

କନକ ବ୍ୟୁରୋ: କୋଣାର୍କ ବାଲୁଖଣ୍ଡ ଉପକୂଳରେ ପଡିଛି ବିଶାଳ ତିମିର ମୃତଦେହ । ବାଲୁଖଣ୍ଡ ରେଂଜ ପଛପଟ ସମୁଦ୍ର କୂଳରୁ ୪୦ ଫୁଟ ଲମ୍ବର ମଲା ତିମି ଉଦ୍ଧାର କରିଛି ବନବିଭାଗ  । ୧୮ ଫୁଟ ଗୋଲେଇ ତିମି ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ବନ ବିଭାଗର ଟିମ୍ ପହଂଚି ତଦନ୍ତ ଚଳାଇଛି । ଏହି ତିମିଟି ବାଲିଂ ପ୍ରଜାତିର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ପୋଷ୍ଟ ମର୍ଟମ ପରେ ତିମିର ମୃୁତ୍ୟର କାରଣ ଜଣାପଡିବ ବୋଲି ବନବିଭାଗ କହିଛି  ।

ତେବେ ଗତ ଡିସେମ୍ବର ୪ତାରିଖରେ ବ୍ରହ୍ମଗିରି ବାଇଧରପେଣ୍ଠ ବେଳାଭୂମିରେ ୪୨ଫୁଟ ଲମ୍ବର ଏକ ତିମିର ମୃତ୍ୟୁ ହୋଇଥିଲା  । ଏହା ଏକ ବିରଳ ପ୍ରଜାତିର ତିମି ବୋଲି ଜଣାପଡିଥିଲା  ।