ରାଜସ୍ଥାନ ସବାଇ ମାଧୋପୁରରେ ମର୍ମନ୍ତୁଦ ଦୁର୍ଘଟଣା ! ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ବସ୍,୩୦ ମୃତ

41

କନକ ବ୍ୟୁରୋ: ରାଜସ୍ଥାନ ସବାଇ ମାଧୋପୁରରେ ବ୍ରିଜ ତଳକୁ ଖସିଲା ବସ । ଭାରସାମ୍ୟ ହରାଇ ସବାଇ ନଦୀରେ ବସଟି ଗଳିପଡିଛି । ଫଳରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତର ଥିବା ୧୫ ଜଣ ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତିକରାଯାଇଛି ।

ସୂଚନା ମୁତାବକ, ଶନିବାର ଦିନ ସବାଇ ମାଧୋପୁର ଜିଲ୍ଲା ଅନ୍ତର୍ଗତ ଦୁବି ଅଞ୍ଚଳରେ ଗୋଟିଏ ଯାତ୍ରୀବାହୀ ବସ୍ ବନାସ ନଦୀ ଭିତରକୁ ଖସି ପଡ଼ିବାରୁ ୩୦ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି । ଆହତ ଲୋକମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ ଦାଖଲ କରାଯାଇ ଚିକିତ୍ସା କରାଯାଉଛି। ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୩୦ଜଣ ଲୋକ ମରିଛନ୍ତି ବୋଲି ଜଣାପଡ଼ିଛି । ଏ ପର୍ଯ୍ୟନ୍ତ ୩୦ ଜଣଙ୍କର ଶବ ଉଦ୍ଧାର କରାଯାଇଛି ବୋଲି ପୁଲିସ ନିଶ୍ଚିତ କରିଛି । ଅନ୍ୟ ଏକ ଖବର ଅନୁସାରେ, ଏ ପର୍ଯ୍ୟନ୍ତ ୩୦ ଜଣଙ୍କର ଶବ ଉଦ୍ଧାର କରାଯାଇଛି ବୋଲି ସେ ଅଞ୍ଚଳର ସର୍କଲ ଅଫିସର୍ ସୁଭାଷ ମିଶ୍ର କହିଛନ୍ତି ।

ଶନିବାର ସକାଳେ ବସଟି ପୋଲ ଉପରୁ ନଈ ମଧ୍ୟକୁ ଖସି ପଡ଼ିଥିଲା । ସବାଇ ମାଧୋପୁରରୁ ବସଟି ଲାଲକୋଟକୁ ଯାଉଥିଲା। ଜଣେ ନାବାଳ ବସ୍ କଣ୍ଡକ୍ଟର୍ ସେଇଟିକୁ ଚଳାଉ ଥିଲା । ଅନ୍ୟ ଏକ ଗାଡ଼ିକୁ ଟପି ଯିବାକୁ ଚେଷ୍ଟା କରିବାବେଳେ ନିୟନ୍ତ୍ରଣ ହଟି ଯାଇଥିଲା । ପୋଲ ବାଡ଼ାରେ ପିଟି ହୋଇ ବସଟି ନଈକୁ ଖସି ପଡ଼ିଥିଲା। ତେବେ କ୍ରେନ୍ ସାହାଯ୍ୟରେ ବସକୁ ନଈରୁ ବାହାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି ।