ଯୋଗୀ ରାଜ୍ୟରେ ଶିଶୁ ମଡକ ! ଉତ୍ତରପ୍ରଦେଶ ଗୋରଖପୁର ହସ୍ପିଟାଲରେ ଅମ୍ଲଜାନ ଅଭାବ ନେଲା ୩୦ ଜୀବନ

166

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା । ଗୋରଖପୁର ହସ୍ପିଟାଲରେ ମାତ୍ର ୪୮ ଘଂଟା ମଧ୍ୟରେ ୩୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିିବା ଅଭିଯୋଗ ହୋଇଛି । ସ୍ଥାନୀୟ ବାବା ରାଘବ ଦାସ ମେଡିକାଲ କଲେଜରେ ଚିକିତ୍ସାଧିନ ଥିବା ବେଳେ ଅମ୍ଲଜାନ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଶିଶୁଙ୍କ ମୃତ୍ୟୁ ଘଟିଛି ।

ଅକ୍ସିଜେନ ଯୋଗାଣ କରୁଥିବା କମ୍ପାନୀର ୬୯ ଲକ୍ଷ ଟଙ୍କା ବକେୟା ଥିବାରୁ ଯୋଗାଣ ବନ୍ଦ କରିଦେଇଛି କମ୍ପାନୀ । ଫଳରେ ଅମ୍ଲଜାନ ଅଭାବରୁ ଶିଶୁଙ୍କ ମୃତ୍ୟୁ ହୋଇଛି । ତେବେ ସବୁଠୁ ବଡ କଥା ହେଉଛି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଜ ସହରରେ ଘଟିଛି ଏହି ଅଭାବନୀୟ ଘଟଣା । ଏବଂ ମାତ୍ର ଦୁଇ ଦିନ ତଳେ ଏହି ମେଡିକାଲ ପରିଦର୍ଶନରେ ଯାଇଥିଲେ ଯୋଗୀ  । ହେଲେ ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନର କୌଣସି ପ୍ରଭାବ ପଡିନିି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ସମେତ ରାଜ୍ୟ ସରକାର ।