ୱାଶିଙ୍ଗ ମେସିନ୍ ରେ ଫସିଲା ୩ ବର୍ଷୀୟ ଶିଶୁ , ମା’ ଫେସବୁକ୍ ଯୋଗେ ପିଲାଙ୍କୁ ସୁରକ୍ଷିତ ରଖିବାକୁ ଦେଲେ ପରାମର୍ଶ । ପୋଷ୍ଟ ହେଲା ଭାଇରାଲ

47

ଜଣେ ମାଁ ନିଜ ଫେସବୁକ୍ ପୋଷ୍ଟରେ ସମସ୍ତ ମାତା ପିତାଙ୍କୁୁ ଫ୍ରଣ୍ଟ ଲୋଡେଡ ୱାଶିଙ୍ଗ ମେସିନ୍ ର ବିପଦ ବିଷୟରେ ଚେତାବନୀ ଜାରି କରିଛନ୍ତି । ତାଙ୍କର ଏହି ପୋଷ୍ଟ ପ୍ରତ୍ୟେକ ମା’-ବାପାଙ୍କ ହୃତ୍ ସ୍ପନ୍ଦନକୁ ବଢ଼ାଇଦେବ । ଲିଣ୍ଡସେ ମେକାଇବର ନାମକ ମହିଳା ଫେସବୁକ୍ ପୋଷ୍ଟକୁ ୩ ଲକ୍ଷରୁ ବି ଅଧିକ ଥର ସେୟାର କରାଯାଇସାରିଲାଣି । ତାଙ୍କର ୩ ବର୍ଷୀୟ ଝିଅ ୱାଶିଙ୍ଗ ମେସିନ୍ ରେ ଫସି ଯାଇଥିଲା ।

ସୂଚନାଯୋଗ୍ୟ, ଘରର ପୁରୁଣା ୱାଶିଙ୍ଗ ମେସିନ୍ ଖରାପ ହୋଇଯାଇଥିଲା, ଯାହା ପରେ ନୂଆ ୱାଶିଙ୍ଗ ମେସିନ୍ ଅଣାଯାଇଥିଲା । ଲିଣ୍ଡସେ ତାଙ୍କ ତିନୋଟି ପିଲାଙ୍କୁ ନୂଆ ମେସିନ ନ ଛୁଇଁବାକୁ ସତର୍କ କରାଇଥିଲେ । ତାଙ୍କୁ ଲାଗିଲା କି ପିଲାମାନେ ତାଙ୍କ କଥା ବୁଝିଗଲେ । ୱାଶିଙ୍ଗ ମେସିନ ଲାଗିବାର ଆଗାମୀ ସକାଳେ ଲିଣ୍ଡସେଙ୍କୁ ତାଙ୍କର ୪ବର୍ଷୀୟ ପୁଅ ନିଦରୁ ଉଠାଇଲା । ସେ ଏତେ ଜୋରରେ ପାଟି କରୁଥିଲା କି ତାହାର ଶବ୍ଦ କିଛି ବୁଝି ହେଉନଥିଲା । ତା’ପରେ ଲିଣ୍ଡସେ ଲଣ୍ଡ୍ରିଂ ରୁମ୍ କୁ ଧାଇଁଲେ । ସେତେବେଳେ ସେ ନିଜ ୩ ବର୍ଷର ଝିଅକୁ ୱାଶିଙ୍ଗ ମେସିନ୍ ଭିତରେ ଦେଖିଲେ । ମେସିନ୍ ରେ ଦ୍ରୁତ ଗତିରେ ପାଣି ଭର୍ତ୍ତି ହେଉଥିଲା ଓ ତାହା ଲକ୍ ହୋଇଯାଇଥିଲା । ଝିଅ ପାଟି କରୁଥିବାର ଦେଖିପାରୁଥିଲେ ।

ତା’ପରେ ସେ ବହୁତ ଚେଷ୍ଟା କରିବା ପରେ ମେସିନ୍ କୁ ଅନଲକ୍ କଲେ ଓ ନିଜ ଝିଅକୁ ମେସିନ୍ ରୁ ବାହାର କଲେ । ଝିଅର କପଡା ଓଦା ହୋଇଯାଇଥିଲା ଓ ମୁଣ୍ଡରେ ଆଘାତ ଲାଗିଥିଲା । କିନ୍ତୁ କୈାଣସି ଗମ୍ଭୀର ଆଘାତ ଲାଗିନଥିଲା । ସେଥିପାଇଁ ସେ ଫେସବୁକ୍ ପୋଷ୍ଟ ଯୋଗେ ସମସ୍ତ ଅଭିଭାବକଙ୍କୁ ପିଲାଙ୍କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି ।