ଶତ୍ରୁ ଛାତିରେ ବାଜିଲା ସେନାର ଗୁଳି । ଅନନ୍ତନାଗରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିପାତ ।

446

କନକ ବ୍ୟୁରୋ : ଜମ୍ମୁ କଶ୍ମୀରର ଅନନ୍ତନାଗରେ ଗତକାଲି ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୬ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ନିପାତ ହୋଇଥିବା ସମସ୍ତ ଆତଙ୍କବାଦୀ ଲସ୍କର ଏବଂ ହିଜ୍‌ବୁଲ ସଂଗଠନର ବୋଲି ଜଣାପଡ଼ିଛି । ସେମାନେ ହେଲେ ଲସ୍କର କମାଣ୍ଡର ନାସିର ସଦ୍‌ରୁ , ଜାଭେଦ ଫାରୁକ୍‌ ଏବଂ ଜୈଶ୍‌ର ଅକିବ ଅହମ୍ମଦ । ଏହି ତିନି ଜଣ ଅନନ୍ତନାଗର ଏକ ଘରେ ଲୁଚିଥିବା ଖବର ପାଇ ସେନା ଉକ୍ତ ଅଂଚଳକୁ ଘେରା ବନ୍ଦୀ କରି ଅପରେସନ ଆରମ୍ଭ କରିଥିଲା । କିଛି ସ୍ଥାନୀୟ ଯୁବକ ଅପରେସନରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେନା ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଥିଲା । ନିହତ ଆତଙ୍କବାଦୀଙ୍କ ଠାରୁ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି ।