ମୋବାଇଲ ଫୋନର ତିନୋଟି ସିକ୍ରେଟ ସେଟିଙ୍ଗ ! କେହି କରିପାରିବେନି ଟ୍ରାକ, ଜାଣନ୍ତୁ କେମିତି କରିବେ ଆକ୍ଟିଭେଟ ?

80

ଏବେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ମୋବାଇଲ । ଏବେ ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି ସ୍ମାର୍ଟଫୋନ । ଅଧିକାଂଶ ବ୍ୟକ୍ତି ମୋବାଇଲରେ ବିଭିନ୍ନ ବ୍ୟକ୍ତିଗତ ଡାଟା ମଧ୍ୟ ରଖିଥାନ୍ତି । ଅଧିକାଂଶ ସମୟରେ ଅନେକ ଲୋକଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥିବାର କଥା ସାମ୍ନାକୁ ଆସିଛି । ଏପରିକି ବିଭିନ୍ନ ସମୟରେ ସାଇବର ଆଟାକ ହେଉଥିବାର ଘଟଣା ନଜରକୁ ଆସୁଛି । କିନ୍ତୁ ଆପଣଙ୍କ ଫୋନରେ ୩ଟି ଏପରି ସିକ୍ରେଟ ସେଟିଙ୍ଗ ବିକଳ୍ପ ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା କୌଣସି ବ୍ୟକ୍ତି ଆପଣଙ୍କ ଫୋନକୁ ଟ୍ରାକ କରିପାରିବ ନାହିଁ । ଏପରିକି ହ୍ୱାଟସଆପ ହ୍ୟାର୍କସଙ୍କ ପାଖରୁ ମଧ୍ୟ ରକ୍ଷା ପାଇପାରିବେ ।

ସେଟିଙ୍ଗରେ ପରିବର୍ତ୍ତନ : ଅଧିକାଂଶ ମୋବାଇଲ ୟୁଜର କୌଣସି ତଥ୍ୟ ଖୋଜିବା ପାଇଁ ଗୁଗୁଲ କ୍ରୋମର ସାହାଯ୍ୟ ନେଇଥାନ୍ତି । କିନ୍ତୁ ଅଧିକାଂଶ ଲୋକ ଜାଣି ନଥିବେ ଗୁଗୁଲ କ୍ରୋମରେ ଯାହା ଆପଣ ସର୍ଚ୍ଚ କରିଥିବେ ତାହା ଉପରେ କମ୍ପାନି ତରଫରୁ କଡା ନଜର ରଖା ଯାଇଥାଏ । ତେଣୁ ଏଭଳି ସମସ୍ୟାରୁ ବର୍ତ୍ତିବା ପାଇଁ କିଛି ମୋବାଇଲରେ ସେଟିଙ୍ଗ ପରିବର୍ତ୍ତନ କରିବାକୁ ପଡିବ । କ୍ରୋମ ବ୍ରାଉଜର ଓପନ କରିବା ପରେ ପ୍ରଥମେ ଏହାର ସେଟିଙ୍ଗକୁ ଯାଇ ପ୍ରାଇଭେସି ଅପ୍ସନରେ କ୍ଲିକ କରିବାକୁ ପଡିବ । ଏଠାରେ ୟୁଜରଙ୍କୁ ଡୁ ନଟ ଟ୍ରାକ ଅପ୍ସନ ବିକଳ୍ପକୁ ବାଛିବା ପରେ ଆପଣଙ୍କ ମୋବାଇଲ ଡାଟାକୁ କେହି ଟ୍ରାକ କରି ପାରିବେନି ।

whatsapp-iphone-pedro-topete-apple-blog-portugalଏବେ ହ୍ୱାଟସଆପର ଜମାନା । ଅଧିକାଂଶ ଲୋକ ଏହାକୁ ବ୍ୟକ୍ତିଗତ ତଥ୍ୟ ସେୟାର କରିବାର ଏକ ସୁରକ୍ଷିତ ମାଧ୍ୟମ ଭାବେ ବାଛି ନେଇଛନ୍ତି । ସାଧାରଣତଃ ହ୍ୱାଟସଆପ ମେସେଜ ଆସିଲେ ଏହା ମୋବାଇଲ ସ୍କ୍ରିନ ଉପରେ ଦେଖା ଯାଇଥାଏ । ତେଣୁ କିଏ ମେସେଜ ପଠାଇଲା କିମ୍ବା କେଉଁ ମେସେଜ ଆସିଲା ତାହା ଜଣା ପଡି ଯାଇଥାଏ । ତେବେ ସ୍କ୍ରିନ ଉପରେ ଦେଖା ଯାଉଥିବା ହ୍ୱାଟସଆପ ମେସେଜକୁ ମଧ୍ୟ ଗୁପ୍ତ ରଖା ଯାଇପାରିବ । ଏଥିପାଇଁ ଆପଣଙ୍କୁ ହ୍ୱାଟସଆପ ସେଟିଙ୍ଗରେ ପରିବର୍ତ୍ତନ ଆଣିବାକୁ ପଡିବ । ପ୍ରଥମେ ହ୍ୱାଟସଆପ ସେଟିଙ୍ଗକୁ ଯାଇ ନୋଟିଫିକେସନ ଅପ୍ସନ ଉପରେ କ୍ଲିକ୍ କରିବାକୁ ପଡିବ । ଏଠାରେ ତିନୋଟି ଅପ୍ସନ ସୋ କରିବ । ଏଥିମଧ୍ୟରୁ ହାଇଡ ସେନସେଟିଭ ନୋଟିଫିକେସନ କଣ୍ଟେଟ ବିକଳ୍ପକୁ ଆକ୍ଟିଭେଟ କରିବା ପରେ ଆଉ ସ୍କ୍ରିନ ଉପରେ ହ୍ୱାଟସଆପ ମେସେଜ ସୋ କରିବ ନାହିଁ ।

କେବଳ ସ୍କ୍ରିନ ଉପରେ ହ୍ୱାଟସଆପ ମେସେଜ ନୁହେଁ ବିଭିନ୍ନ ବିଜ୍ଞାପନ ଆସିଥାଏ । ବାରମ୍ବାର ଏଭଳି ବିଜ୍ଞାପନ ଆସିବା ଅନେକ ୟୁଜରଙ୍କୁ ବିରକ୍ତ ମଧ୍ୟ କରିଥାଏ । ତେବେ ଏହାକୁ ବନ୍ଦ କରିବା ପାଇଁ ମଧ୍ୟ କିଛି ସହଜ ଉପାୟ ରହିଛି । କ୍ରୋମ ଓପନ କରି ସେଟିଙ୍ଗ ଅପ୍ସନକୁ ଯିବାକୁ ପଡିବ । ଏଥିରେ ଥିବା ସାଇଟ ସେଟିଙ୍ଗ ବିକଳ୍ପକୁ ଚୟନ କରି ସେଥିରେ ଥିବା ପପ ଅପ୍ସ ବିକଳ୍ପ ବନ୍ଦ କରିବାକୁ ପଡିବ । ଏହାଦ୍ୱାରା ଅଦରକାରୀ ବିଜ୍ଞାପନ ଆଉ ଆସିବନି ।