ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ଖୋଲିଲା : ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

23

ସମ୍ବଲପୁର : ହୀରାକୁଦର ଜଳଭଣ୍ଡାରର ୧୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ପୂର୍ବରୁ ୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଆଜି ଆଉ ପର୍ଯ୍ୟାୟକ୍ରମେ ୯ଟି ଗେଟ ଖୋଲା ଯାଇଛି। ମହାନୀଦର ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ତେବେ ବର୍ତମାନ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୫.୮୯ ଫୁଟ୍ ରହିଛି।