ସର୍କସରେ ନିୟୋଜିତ ୩ଟି ସିଂହଙ୍କୁ ଗୌହାଟୀରୁ ଉଦ୍ଧାର କଲା ବନବିଭାଗ ! ଉଦ୍ଧାର ପରେ ଭୋପାଳ ଜାତୀୟ ପାର୍କକୁ ସ୍ଥାନାନ୍ତରିତ

20

କନକ ବ୍ୟୁରୋ : ସର୍କସରେ ବେଆଇନ ଭାବେ ବ୍ୟବହାର କରାଯାଉଥିବା ୩ଟି ସିଂହଙ୍କୁ ଗୌହାଟୀରୁ ଉଦ୍ଧାର କରାଯାଇଛି । ଏହ ସିଂହମାନଙ୍କୁ ବର୍ତମାନ ଭୋପାଳ ଜାତୀୟ ପାର୍କରେ ରଖାଯାଇଛି । ସିଂହମାନଙ୍କୁ ସର୍କସରେ ନିୟୋଜିତ କରାଯାଇଥିବାର ଖବର ପଶୁପ୍ରେମୀମାନେ ବନବିଭାଗକୁ ଦେଇଥିଲେ । ବନବିଭାଗ ଚଢାଉ କରି ଏହି ସିଂହଙ୍କୁ ଉଦ୍ଧାର କରିଥିଲା । ଗୌହାଟୀ ପ୍ରାଣୀଉଦ୍ୟାନରେ ଜୀବଜନ୍ତୁଙ୍କୁ ଖରା ଦାଉରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ହିଟୱେଭ କାରଣରୁ ବର୍ତମାନ ଆସାମରେ ତାପମାତ୍ରା ବୃଦ୍ଧି ପାଇଛି ।