ଜମ୍ମୁ-କାଶ୍ମୀରରେ ଅପରେସନ ଅଲଆଉଟ୍ ଜୋରଦାର ! ସୋପୋରରେ ସେନା ଏନକାଉଂଟରରେ ୩ ଲସ୍କର ଆତଙ୍କବାଦୀ ନିହତ

18

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରରେ ଜୋରଦାର ହୋଇଛି ଅପରେସନ ଅଲଆଉଟ୍ । ଘାଟୀରୁ ଆତଙ୍କବାଦର ମୂଳପୋଛ କରିବା ପାଇଁ ଜୋରଦାର କରାଯାଇଛି ଅପରେସନ । ସୋପୋରରେ ୩ଜଣ ଲସ୍କର-ଇ-ତୋଇବା ଆତଙ୍କବାଦୀକୁ ନିହତ କରିଛି ସେନା ।

ଶୁକ୍ରବାର ରାତିରେ ସୋପୋର ଅଂଚଳରେ ପ୍ରାୟ ୪ଘଂଟା ପର୍ଯ୍ୟନ୍ତ ଏନକାଉଂଟର ଚାଲିଥିଲା । ସ୍ଥାନୀୟ ଏକ ଘରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିବା ପରେ ଏନକାଉଂଟର ଆରମ୍ଭ ହୋଇଥିଲା ।

ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳି ଚାଳନା ଜାରି ରହିଥିଲା । ଏହି ଏନକାଉଂଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ତେବେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି ।