ଏମିତି ବି ହୁଏ ଚୋରୀ ! ଫିଲ୍ମ ଷ୍ଟାଇଲରେ ପୋଲିସ ସାମ୍ନାରୁ ଗାଡି ଭାଙ୍ଗି ଲୁଟ୍ କଲେ ଦୁର୍ବୃତ, କିନ୍ତୁ ପାଖରେ ଥାଇ ଟେର ପାଇଲେନି ପୋଲିସ ବାବୁ

35

କନକ ବ୍ୟୁରୋ : ସିସିଟିଭିରେ କଏଦ ହେଲେ ଲୁଟର ଲାଇଭ୍ ଦୃଶ୍ୟ । ଯୋଜନାବଦ୍ଧ ଭାବେ ୪ ଜଣ ଦୁର୍ବୃତ ଗାଡିର ଡିକି ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଦିନ ଦିପହରେ ଏପରି ଘଟଣା ଘଟିଛି ରାଉରକେଲା କଚେରୀ ରୋଡ ଅଂଚଳରେ । ସିସିଟିଭି ଭିଡିଓରେ ରେକର୍ଡ ହୋଇଛି ଲୁଟର ଲାଇଭ । କେମିତି ତିନି ଜଣ ବ୍ୟକ୍ତି ଆସି ଲୁଟି ପାଇଁ ପ୍ରସ୍ତୁତି କରିୁଛନ୍ତି । ସବୁଠାରୁ ବଡ କଥା ହେଉଛି ପାଖରେ ଦୁଇ ଜଣ ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି ଏବଂ ତାଙ୍କ ସାମ୍ନାରେ ହେଉଛି ଲୁଟ୍ ।

ପୋଲିସ କର୍ମଚାରୀଙ୍କ ସମ୍ମୁଖରେ ଠିଆ ହୋଇ ଜଣେ ଦୁର୍ବୃତ ମୋବାଇଲରେ କଥା ହେଉ ଥିବା ବେଳେ ଅନ୍ୟମାନେ ଡିକି ଭାଙ୍ଗି ଟଙ୍କା ଲୁଟ୍ କରୁଥିଲେ । ଲୁଟ୍ ପରେ ସେମାନେ ବାଇକରେ ବସି ଫେରାର ହୋଇଯାଇଛନ୍ତି । ଅନ୍ୟପଟେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଏହି ଲୁଟର ଟେର୍ ବି ପାଇ ପାରିନାହାନ୍ତି । ରାଉରକେଲାର ମେନ ରୋଡ ମାର୍କେଟ ଅଂଚଳ ଚଳଚଂଚଳ ଥିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ଏଭଳି ଲୁଟ ପୋଲିସ ପାଇଁ ଚ୍ୟାଲେଂଜ ।