ବରଗଡ଼: ପାଇକମାଳ ପୋଲ ତଳକୁ ଖସିଲା କାର୍, ୩ ମୃତ ଓ ୨ ଗୁରୁତର

52

କନକ ବ୍ୟୁରୋ: ପୋଲ ତଳକୁ ଖସି ପଡିଲା କାର୍ । ପୋଲ ବାଡ଼ରେ ପିଟି ହୋଇ ତଳକୁ ଖସିି ପଡିଲା କାର୍ । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଝାରମୁଣ୍ଡା ପୋଲ ନିକଟରେ । ଗୁରୁତର ଦୁଇ ଜଣଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାରଟି ଭୁବନଶ୍ୱେରରୁ ଝାଡବନ୍ଧ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-