ଜଗତସିଂହପୁର : ପାକନପୁର ଛକ ନିକଟରେ ଓଲଟିଲା ଯାତ୍ରୀବାହି ବସ୍, ଦୁର୍ଘଟଣାରେ ୩ ଜଣ ଆହତ

66

କନକ ବ୍ୟୁରୋ : ଜଗତସିଂହପୁରରେ ଓଲଟିଲା ବସ୍ । ଜଗତସିଂହପୁର ପାକନପୁର ଛକ ନିକଟରେ ଓଲଟି ପଡିଲା ଯାତ୍ରୀବାହି ବସ୍ । ଦୁର୍ଘଟଣାରେ ୩ଜଣ ଆହତ ହୋଇଛନ୍ତି । ତାଙ୍କୁ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ଅନ୍ୟ ଏକ ଗାଡିକୁ ଓଭରଟେକ କରିବାକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ୪୦ଜଣ ଯାତ୍ରୀ ଥିଲେ । ଘରୋଇ ବସ୍ “ଅଷ୍ଟଶମ୍ଭୁ’ ଗଙ୍ଗଦାହାଟରୁ କଟକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।