କବିସୂର୍ଯ୍ୟନଗରରେ ବୁଲିଲା ଖଣ୍ଡା । ଦୁବୃର୍ତ୍ତର ଖଣ୍ଡା ମାଡରେ ୩ ଗୁରୁତର, କାରଣ ଅସ୍ପଷ୍ଟ ।

186

କନକ ବ୍ୟୁରୋ : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ନଗର ସହରର ଲୋକନାଥ ବଜାର ଆଜି ଅଶାନ୍ତ ହୋଇପଡିଥିଲା । ବଜାରରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ତିନି ଜଣ ଯୁବକ ଅଣ୍ଡା ଖାଉଥିବା ବେଳେ ହଠାତ ତିନୋଟି ମୋଟରସାଇକେଲରେ ଛଅ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ତେବେ ଆକ୍ରମଣର କାରଣ ଏବେ ବି ସ୍ପଷ୍ଟ ହୋଇନଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇ ପ୍ରଥମେ କବିସୂର୍ଯ୍ୟନଗର ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ସେପଟେ କବିସୂର୍ଯ୍ୟନଗର ପୁଲିସ ଘଟଣାର ତଦନ୍ତ କରୁଛି ।