ମହଙ୍ଗା ପଡିଲା ମଝି ଆକାଶରେ ସେଲଫି

165

source-theflyingengineer.files.wordpress.com/

ସେଲଫି ନିଶାରେ ଆଜି ସମସ୍ତେ ମତୁଆଲା। ଛୋଟ ଠାରୁ ବଡ କେହି ଏଥିରୁ ବାଦ୍ ଯାଉନାହାଁନ୍ତି। ଏହି ସେଲଫି ଫଟୋ ଉଠାକୁ ନେଇ ୩ଜଣ ଇଣ୍ଡିଗୋ ପାଇଲଟଙ୍କୁ ମହଙ୍ଗା ପଡିଛି। ମନମୁଖୀ କାମ ପାଇଁ ବିମାନ ଚାଳନରୁ ବାରଣ କରାଯାଇଛି।

 

selfie-pilote-avion-germanwings-500x498ଗୋଟେ ସପ୍ତାହ ପାଇଁ ସେମାନଙ୍କୁ ବିମାନ ଚାଳନରୁ ନିବୃତ କରିଛି ଭାରତର ଆଭିଏସନ ସେଫଟି ରେଗୁଲେଟର। ବିମାନର କକପିଟରେ ସେହି ୩ ପାଇଲଟ ଉଠାଉଥିଲେ ସେଲଫି ଫଟୋ। ଯାହା ପାଇଲଟଙ୍କୁ ଅନ୍ୟମନସ୍କ କରିବା ସହ ଜୀବନକୁ ବିପଦରେ ପକାଇପାରେ । ଡାଇରେକ୍ଟର ଜେନେରାଲ ଅଫ୍ ସିଭିଲ୍ ଆଭିଏସନ କିଛି ଭାରତୀୟ ପାଇଲଟଙ୍କୁ ଚେତାବନୀ ଦେଇଛନ୍ତି ଏବଂ କକପିଟରେ ମିଡ୍ ଏୟାର ସେଲଫିକୁ ସଂପୂର୍ଣ୍ଣ ବାରଣ କରିଛନ୍ତି। ଏଥିପାଇଁ ଖୁବ୍ ଶୀଘ୍ର କିଛି ଗାଇଡ ଲାଇନ୍ ଇସ୍ୟୁ କରାଯିବ ବୋଲି ସୂଚନା ମିଳିଛି ।

ଆମେରିକାର ଏୟାର ସେଫଟି ରେଗୁଲେଟର ବହୁ ଆଗରୁ ଏଥିପ୍ରତି ସଜାଗ ହୋଇଛି । କକପିଟରେ ପାଇଲଟମାନେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଇଲେକ୍ଟ୍ରୋନିକ ଡିଭାଇସ ବ୍ୟବହାରକୁ ବ୍ୟାନ୍ କରିଛି ।