ନବରଙ୍ଗପୁର ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲବସ୍ । ଦୁର୍ଘଟଣାରେ ୨ ମୃତ, ୩୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର

ସମସ୍ତ ଗୁରୁତରଙ୍କୁ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି

136

କନକ ବ୍ୟୁରୋ: ଆଜି ପୂର୍ବାହ୍ନରେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରୁ ଏକ ସ୍କୁଲ୍ ବସ୍ ଖସି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି।

ଶ୍ରୀଅରବିନ୍ଦ ସ୍କୁଲର ଏକ ବସ୍ ଉମରକୋଟରୁ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷିକାଙ୍କୁ ନେଇ ଏକ ପାଠଚକ୍ର କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଚନ୍ଦାହାଣ୍ଡି ଅଭିମୁଖେ ଆସୁଥିଲା। ଦିନ ପ୍ରାୟ ୧୧ଟା ବେଳେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ କୌଣସି କାରଣରୁ ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍ଟି ପ୍ରାୟ ୧୫ ଫୁଟ୍ ତଳକୁ ଖସି ପଡ଼ିଥିଲା।

ଖବର ପାଇ ଝରିଗାଁ ଦମକଳ ଏବଂ ୧୦୮ ଆମ୍ବୁଲାନ୍‌ସ୍‌ ସେବା ଦୁର୍ଘଟନାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରୁଛନ୍ତି।ମୃତ୍ୟୁ ଘଟିଥିବା ଯାତ୍ରୀମାନଙ୍କର ପରିଚୟ ମିଳି ପାରିନାହିଁ। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି।