ବିହାର : କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ ସମୟରେ ବେଗୁସରାଇ ଗଙ୍ଗା ଘାଟରେ ଦଳଚକଟା, ୩ ମୃତ ଓ ଅନେକ ଆହତ

55

କନକ ବ୍ୟୁରୋ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ଅବସରରେ ବିହାରର ଶ୍ରଦ୍ଧାଳୁଙ୍କ ଦଳାଚକଚଟା । ବେଗୁସରାୟ ଗଙ୍ଗା ଘାଟରେ ବୁଡ ପକାଇବେ ବେଳେ ଦଳାଚକଟା ହୋଇଛି । ଏଥିରେ ୪ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ତରଫରୁ କହୁଛି । ଅନ୍ୟପଟେ ମୃତକଙ୍କ ମଧ୍ୟରୁ କିଛି ଶ୍ରଦ୍ଧାଳୁଙ୍କ ମରଶରୀରକୁ ଗଙ୍ଗା ନଦୀରେ ଭସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ବୃଦ୍ଧା । ଅନ୍ୟପଟେ ବିହାରର ସାଂସଦ ଭୋଳା ସିଂହ ଦଳାଚକଟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ।

ବେଗୁସରାଇର ଚକିୟା ସିମରିୟା ଘାଟରେ କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ତେବେ ଭିଡ ଭିତରେ କୌଣସି ଗୁଜବକୁ ନେଇ ଲୋକେ ଦୌଡାଦୋଡି କରିବାରୁ ଦଳାଚକଟା ଘଟିଥିଲା । ଭିଡ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ନଥିବାରୁ ଦଳାଚକଟା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ।