ଗ୍ରେଟର ନୋଏଡାରେ ଭୁଶୁଡିଲା ୬ ମହଲା କୋଠାଘର: ୨ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଫସି ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

37

କନକ ବ୍ୟୁରୋ: ଦିଲ୍ଲୀ ନିକଟସ୍ଥ ଗ୍ରେଟର ନୋଏଡାରେ ଭୁଶୁଡିଲା ୬ ମହଲା କୋଠାଘର । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଭାଙ୍ଗି ପଡିଥିବା ଘର ତଳେ ୨୦ରୁ ଅଧିକ ଲୋକ ଫସି ରହିଛନ୍ତି । ଗ୍ରେଟର ନୋଏଡାର ବିଶରଖ ଥାନା ଅନ୍ତର୍ଗତ ଶାହବେରି ଗାଁରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ୬ ମହଲା ବିଶିଷ୍ଟ ଘରଟି ଏକ ନିର୍ମାଣାଧିନ ଘର ଉପରେ ଭୁଶୁଡି ପଡିଛି । ଭୁଶୁଡି ପଡିଥିବା କୋଠାଘରେ ୧୮ ଜଣ ପରିବାର ରହୁଥିବା ବେଳେ ନିର୍ମାଣାଧିନ ଘର ଭିତରେ କିଛି ଶ୍ରମିକ ଶୋଇଥିଲେ ।

ଦୁଇଟି ଯାକ ଘରର ଲୋକେ ଭିତରେ ଫସିରହିଛନ୍ତି । ଭାଙ୍ଗି ପଡିଥିବା ଘର ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫଳରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ପୋଲିସ, ଅଗ୍ନିଶମ କର୍ମଚାରୀ ଓ ଏନଡିଆରଏଫ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି । ଡଗ୍ ସ୍କ୍ୱାଡ୍ ମଧ୍ୟ ଉଦ୍ଧାର କାମରେ ସହାୟତା କରୁଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।