ବିମାନ ସିଟ ତଳୁ ମିଳିଲା ୩ କୋଟି ଟଙ୍କା ମୂଲ୍ୟର ସୁନା! ଜାଣନ୍ତୁ କେଉଁଠାରୁ ଆସୁଥିଲା ଏହି ସୁନା

29

ବିମାନରେ ସୁନା ସ୍ମଗଲିଂ । ସିଙ୍ଗାପୁରରୁ ଦିଲ୍ଲୀ ଆସୁଥିବା ଏକ ବିମାନରୁ ପାଖାପାଖି ୩ କୋଟି ଟଙ୍କା ମୂଲ୍ୟର ସୁନା ଜବତ ହୋଇଛି । ଏତେ ମୂଲ୍ୟର ସୁନାକୁ ଏକ ପ୍ଲାଷ୍ଟିକ ବ୍ୟାଗରେ ସିଟ ତଳେ ଲୁଚାଇ ରଖାଯାଇଥିଲା । ଯାହାକୁ ଚେନ୍ନାଇ ଏୟାରପୋର୍ଟରେ ଜବତ କରାଯାଇଛି । ଚେନ୍ନାଇ ବିମାନବନ୍ଦର ଅଧିକାରୀଙ୍କ କହିବା ଅନୁଯାୟୀ, ମଙ୍ଗଳବାର ଦିଲ୍ଲୀକୁ ଆସୁଥିବା ଏହି ବିମାନରୁ ପାଖାପାଖି ୩ କୋଟି ଟଙ୍କା ମୂଲ୍ୟର ସୁନା ଜବତ କରାଯାଇଛି ।

ରାଜସ୍ୱ ବିଭାଗର ଅଧିକାରୀ ମାନେ ଗୁଇନ୍ଦା ସୂଚନା ଆଧାରରେ ବିମାନରୁ ଏତେ ପରିମାଣର ସୁନା ଜବତ କରିଥିଲେ । ତେବେ ଏତେ ମୂଲ୍ୟର ସୁନା କିଏ ଓ କାହିଁକି ବିମାନରେ ଆଣିଥିଲେ ତାହାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି । ଏହି ବିମାନଟି ସିଙ୍ଗାପୁରରୁ ଦିଲ୍ଲୀ ଅଭିମୁଖେ ଆସୁଥିଲା ।