ପୁଣି ଦିଲ୍ଲୀ ଗଲେ କଂଗ୍ରେସର ୩ ବରିଷ୍ଠ ନେତା । ପ୍ରଭାରୀ ଜୀତେନ୍ଦ୍ର ସିଂହଙ୍କ ସହ ବୈଠକ କରିବେ ଚିରଂଜୀବ ବିଶ୍ୱାଳ, ନବ ଦାସ ଓ ପ୍ରଦୀପ ମାଝୀ

31

କନକ ବ୍ୟୁରୋ: ପୁଣି କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା । କଂଗ୍ରେସର ୩ ବରିଷ୍ଠ ନେତା ଦିଲ୍ଲୀ ଯାଇଛନ୍ତି । ଚିରଂଜୀବୀ ବିଶ୍ୱାଳ, ପ୍ରଦୀପ ମାଝୀ ଓ ନବ ଦାସ ଦିଲ୍ଲୀ ଯାଇଛନ୍ତି । ନୁଆ କରି ଦାୟିତ୍ୱ ନେଇଥିବା ଓଡିଶା ପ୍ରଭାରୀ ଜୀତେନ୍ଦ୍ର ସିଂହ ସହ ଏମାନଙ୍କ ବୈଠକ ହେବ ବୋଲି ଜଣାପଡିଛି । ଆସନ୍ତା ୧୯ରେ ଏହି ୩ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

କଂଗ୍ରେସର ନବକଳେବର ଓ ପିସିସି ନେତୃତ୍ୱ ପରିବର୍ତନ ଚର୍ଚ୍ଚା ଭିତରେ ଏହି ୩ ନେତାଙ୍କ ଦିଲ୍ଲୀ ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଛି । କିଛି ଦିନ ପୂର୍ବରୁ ଓଡିଶା କଂଗ୍ରେସରେ ଆମୂଳଚୂଳ ପରିବର୍ତନ ନେଇ ସଂକେତ ଦେଇଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ବୁଥରୁ ବ୍ଲକ ସ୍ତର ଯାଏ ସାଂଗଠାନିକ ପୂର୍ନବିନାସ ନେଇ ଏହି ବୈଠକରୁ ମୂଳଦୂଆ ପଡିବ ବୋଲି ଆକଳନ କରାଯାଉଛି ।