ଏନଏଚଏଆଇ ଅଫିସରେ ପାଣିମାଡ ଘଟଣା: ରାତି ଅଧରେ ୩ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ, ପ୍ରତିବାଦରେ କଂଗ୍ରେସର ଥାନା ଘେରାଉ

27

କନକ ବ୍ୟୁରୋ: ଏନଏଚଆଇ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀଙ୍କ ପାଣି ପକାଇବା ଘଟଣାରେ ୩ ଜଣଙ୍କୁ ଉଠାଇନେଲା କମିସନରେଟ ପୁଲିସ । ରାତି ଅଧରେ ୩ ଜଣ କଂଗ୍ରେସ କର୍ମୀଙ୍କୁ ପୁଲିସ ଉଠାଇନେବା ପରେ ଅଟକ ରଖିଛି । ଏହାକୁ ନେଇ ଆରମ୍ଭ ହୋଇଛି ପ୍ରତିବାଦ । ନୟାପଲ୍ଲୀ ଥାନା ଆଗରେ କଂଗ୍ରେସ କର୍ମୀମାନେ ବିରୋଧ କରିଛନ୍ତି । ଗତ ୩ ଦିନ ତଳେ ଲଗାଣ ବର୍ଷାରେ ଭୁବନେଶ୍ୱର ପାଣି ଜମିବାକୁ ନେଇ ଗତକାଲି ଏନଏଚଏଆଇ ଅଫିସରେ କଂଗ୍ରେସ କର୍ମୀ ପଶି ପାଣି ଢାଳିଥିଲେ । ଇସ୍କନ ମନ୍ଦିର ସାମନାରେ କ୍ରୁତିମ ବନ୍ୟା ଯୋଗୁଁ ହଜାର ହଜାର ରାଜଧାନୀ ବାସୀ ପ୍ରଭାବିତ ହେଉଛନ୍ତି ।

ଲୋକମାନେ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବେଳେ ଏନଏଚଏଆଇ, ବିଏମସି.ପୂର୍ତବିଭାଗ ଶୋଇରହି ଟିଭି ପରଦାରେ ତମାସା ଦେଖୁଥିବା କହିଛନ୍ତି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ମାନସ ଚୌଧୁରୀ । ସେମାନଙ୍କୁ ନିଦରୁ ଉଠାଇବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ପାଣି ଢଳାଯାଇଥିବା ସେ କହିଛନ୍ତି ।ରାଜଧାନୀବାସୀଙ୍କ ହକ ପାଇଁ ଜେଲ ଯିବାକୁ ମଧ୍ୟ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ମାନସ ଚୌଧୁରୀ ।