ମାଲକାନଗିରି ଚିତ୍ରକୋଣ୍ଡା ଘାଟିରେ ବିଏସଏଫ ଯବାନଙ୍କ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ! ଗଛରେ ପିଟି ହୋଇ ୧୫ ଫୁଟ୍ ତଳକୁ ଖସିଲା ଭ୍ୟାନ

44

କନକ ବ୍ୟୁରୋ: ମାଲକାନଗିରି ଚିତ୍ରକୋଣ୍ଡା ଘାଟିରେ ବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଛି । ଗଛରେ ପିଟି ହୋଇ ୧୫ ଫୁଟ ତଳକୁ ଯବାନ ଭ୍ୟାନ ଖସିପଡିଛି । ୩ ଜଣ ଯବାନ ଗୁରୁତର ହୋଇଛନ୍ତି । ଆହତଙ୍କୁ ଚିତ୍ରକୋଣ୍ଡା ସ୍ଥାନାନ୍ତର କରାଯାଇଛି । ଭ୍ୟାନଟି ଚିତ୍ରକୋଣ୍ଡାରେ ମାଲକାନଗିରି ଯାଉଥିଲା ।

ସୂଚନା ମୁତାବକ, ଆଜି ସକାଳେ ମାଲକାନଗିରି ଚିତ୍ରକୋଣ୍ଡା ଟନେଲ କ୍ୟାମ୍ପ ନିକଟରେ ଏକ ବିଏସଏଫ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଏସଏଫ ଗାଡ଼ିଟି ବ୍ରେକ୍ ଫେଲ ହୋଇ ଏକ ଗଛରେ ମାଡ଼ ହୋଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୩ ଜଣ ବିଏସଏଫ ଜବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଜବାନମାନଙ୍କୁ ଚିକତ୍ସା ପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।