ଘରର ଚାକରାଣୀ ସହ ଶାରୀରିକ ସଂପର୍କ ରଖି ଚର୍ଚ୍ଚାକୁ ଆସିଥିଲେ ଏହି ବଲିଉଡ୍ ଷ୍ଟାର୍ ! ତୃତୀୟ ଷ୍ଟାରଙ୍କ କଥା ଶୁଣିଲେ ଆପଣ ବି ଚମକି ଉଠିବେ । 

40

ନିଜ ଫିଲ୍ମ ବା ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ଼ କଳାକାର । ବିବାହ ପରେ ଅନ୍ୟ ମହିଳା ସହ ଅନୈତିକ ସଂପର୍କ ହେଉ ବା ଘରେ କାମ କରୁଥିବା ଚାକରାଣୀ ସହ ଶାରୀରିକ ସଂପର୍କ ଏମିତି ଅନେକ ଘଟଣା ବଲିଉଡ଼୍ରେ ବିଗତ ଅତୀତରେ ଘଟି ସାରିଛି । ବିଗତ ଅତୀତରେ ବଲିଉଡ଼୍ କଳାକାରମାନେ ଏମିତି କିଛି କରିଥିଲେ, ଯାହା ପାଇଁ ବଲିଉଡ଼୍ ଇଣ୍ଡଷ୍ଟ୍ରୀକୁ ଅପମାନ ସହିବାକୁ ପଡ଼ିଥଲା । କିଛି ଆଗଧାଡ଼ିର କଳାକାରମାନେ ପରଦା ଉପରେ ଗୋଟେ ରୂପରେ ଆସୁଥିବା ବେଳେ ଅସଲ ଜୀବନରେ ସେମାନଙ୍କର ଚରିତ୍ର କେମିତି ତାହା ସେମାନେ ଜଣାଇଥିଲେ । ଆଜି ଆମେ ୩ ଜଣ ବଲିଉଡ଼ କଳାକାରମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ଘରର ଚାକରାଣୀ ସହ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ ।

୧. ସାଇନି ଆହୁଜା : ୨୦୦୯ରେ କିଛି ଏମିତି ଘଟିଥିଲା, ଯାହା ବିଷୟରେ ଜାଣି ପୂରା ବଲିଉଡ଼୍ ସ୍ତବ୍ଧ ହୋଇ ଯାଇଥିଲା । ସେ ସମୟରେ ବଲିଉଡ଼୍ର ଲୋକପ୍ରିୟ କଳାକାର ଭାବେ ଜଣା ଯାଉଥିବା ସାଇନି ଆହୁଜା ନିଜ ଘରର ଚାକରାଣୀ ସହ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ସାଇନିଙ୍କ ପୂରା ଫିଲ୍ମ କ୍ୟାରିୟର ମାଟିରେ ମିଶି ଯାଇଥିଲା । କିଛି ବର୍ଷ ଜେଲରେ ରହି ବାହାରକୁ ଆସିବା ପରେ ମଧ୍ୟ ତାଙ୍କୁ ବଲିଉଡ଼୍ରେ କୌଣସି କାମ ମିଳି ନଥିଲା ।

୨. ଆଦିତ୍ୟ ପାଞ୍ଚୋଲି : କିଛି ବର୍ଷ ତଳେ ପୂଜା ବେଦୀ ନିଜ ଘରର ଚାକରାଣୀ ସହ ହୋଇଥିବା ଦୁଷ୍କର୍ମ ବିୟେରେ ସର୍ବସମ୍ମୁଖରେ ଜଣାଇଥିଲେ । ଆଦିତ୍ୟ ପାଞ୍ଚୋଲି ତାଙ୍କ ଘରକୁ ଆସି ନାବାଳିକା ଚାକରାଣୀ ସହ ଦୁଷ୍କର୍ମ କରିଥିଲେ ବୋଲି ସେ ଅରୋପ ଲାଗାଇଥିଲେ । ଅନ୍ୟ ପକ୍ଷରେ ଆମ ଭିତରେ ଯାହା ବି ହୋଇଥିଲା ତା’ହା ଦୁଇ ଜଣଙ୍କ ଇଚ୍ଛାରେ ହୋଇଥିଲା ବୋଲି କହି ନିଜର ମତ ରଖିଥିଲେ ଆଦିତ୍ୟ ପାଞ୍ଚୋଲି ।

୩. ଓମ୍ ପୁରୀ : ଓମ୍ ପୁରୀଙ୍କ ଧର୍ମପତ୍ନୀ ଓମ୍ ପୁରୀଙ୍କ ଉପରେ ଏକ ବହି ଲେଖିଥିଲେ । ଯେଉଁଥିରେ ଓମ୍ ପୁରୀ ୧୪ବର୍ଷର ହୋଇଥିବା ବେଳେ ତାଙ୍କ ଘରେ କାମ କରୁଥିବା ୫୫ବର୍ଷୀୟ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଓମ୍ ପୁରୀଙ୍କ ତାହା ପ୍ରଥମ ପ୍ରେମ ଥିଲା ବୋଲି ଉଲ୍ଲେଖ କରିଛନ୍ତି ଓମ୍ ପୁରୀଙ୍କ ଧର୍ମପତ୍ନୀ ।

୪. ଇନ୍ଦର କୁମାର : ବଲିଉଡ୍ ଅଭିନେତା ଇନ୍ଦର କୁମାର ମଧ୍ୟ ନିଜ ଘରେ କାମ କରୁଥିବା ଚାକରାଣୀଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ।