ବାଲେଶ୍ୱରରେ ବିଜେପି କର୍ମୀଙ୍କୁ ମାଡ ମାରିବା ଘଟଣାରେ ୩ ବିଜେଡି କର୍ମୀ ଗିରଫ

25

ବାଲେଶ୍ୱର : ଚାପ ପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ। ବାଲେଶ୍ୱରରେ ବିଜେପି କର୍ମୀଙ୍କୁ ମାଡ ମାରିବା ମାମଲାରେ ତିନି ବିଜେଡି କର୍ମୀଙ୍କୁ ଗିରଫ କରାଯାଇଛି। ଗତ ସୋମବାର ବାଲେଶ୍ୱରରେ ସ୍ୱସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ କଳା ପତାକା ଦେଖାଇଥିଲେ ବିଜେପି କର୍ମୀ । ପ୍ରତିବାଦ କରୁଥିବା କର୍ମୀଙ୍କୁ ପୋଲିସ ଗିରଫ କରିଥିଲା । ହେଲେ ଗିରଫ ବେଳେ ବିଜେପି କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ ବିଜେଡି କର୍ମୀ । ପୋଲିସ ସବୁ ଦେଖିଲା ସବୁ ଜାଣିଲା ହେଲେ ଚୁପଚାପ ରହିଗଲା । ଏହାକୁ ନେଇ ବିଜେପି କଡା ପ୍ରତିବାଦ ଆରମ୍ଭ କରିଛି। ଯେଉଁଠାରେ ବି ବିଜେଡି ମନ୍ତ୍ରୀଗଲେ ତାଙ୍କୁ ବିରୋଧ କରିବା ସହ କଳାପତାକା ଦେଖାଇବାର ଧାରା ଆରମ୍ଭ କରିଛି। ତେବେ ଡେରିରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଚାପ ପରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଚର୍ଚ୍ଚା ହେଉଛି।