ପ୍ରଥମ ଡେଟ୍ ରେ ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ ! ପ୍ରଭାବିତ ହେବେ ସାମ୍ନା ବ୍ୟକ୍ତି

25

ପୁଅ ହୁଅନ୍ତୁ ବା ଝିଅ ଉଭୟେ ପ୍ରଥମ ଡେଟକୁ ନେଇ ବହୁତ କଥା ଚିନ୍ତା କରୁଥାଆନ୍ତି । ପ୍ରଥମ ଥର ପାଇଁ କାହାକୁ ସାକ୍ଷାତ କରିବା ପାଇଁ ଯିବା ଏକ ନିଆରା ଅନୁଭବ ହୋଇଥାଏ । ପ୍ରଥମ ଡେଟକୁ ନେଇ ସମସ୍ତ ଭାବନ୍ତ କି, କ’ଣ କଥା ହେବେ, କିପରି ସାକ୍ଷାତ କରିବେ, ଖାଇବା ରେ କ’ଣ ଅଡର କରିବେ, କେମିତି ନଜର ମିଳାଇବେ ଇତ୍ୟାଦି ଅନେକ ପ୍ରଶ୍ନ ।

କିନ୍ତୁ ଏସବୁରେ ସବୁଠାରୁ ଅଧିକ ଡର ମଧ୍ୟ ଲାଗୁଥାଏ କିି ସାମ୍ନା ଲୋକକୁ କିଛି ପସନ୍ଦ ଆସିିବ କି ନାହିଁ । ଏହା ଏମିତି ଏକ ପ୍ରଶ୍ନ ଯାହାକୁ ନେଇ ଉଭୟ ପୁଅ ଓ ଝିଅ ଚିନ୍ତିତ ଥାଆନ୍ତି । ଏମିତିରେ ଆପଣଙ୍କୁ ଉତ୍ତମ ବ୍ୟବହାର ଠାରୁ ଆରେମ୍ଭ କରି ପୋଷାକ ପରିଧାନ ଉପରେ ଧ୍ୟାନ ଦେବା ଜରୁରୀ ।

ଏହା ପ୍ରଥମ ମଉକା ଯେଉଁଠି ଆପଣ ଜଣେ ଜଣଙ୍କ ସହ ସାମ୍ନାସାମ୍ନି ବସି ଆଗାମୀ ଜୀବନ ବିଷୟରେ କଥା ହୋଇପାରିବେ । ଏହା ଏକ ଖାସ ମଉକା ଓ ଏହି ଅବସରରେ ଆପଣଙ୍କୁ ଏପରି ପୋଷାକ ପିନ୍ଧିିବା ଉଚିତ ଯାହା ଦେଖି ସାମ୍ନାବ୍ୟକ୍ତି ଗୋଟିଏ ମୁହୂର୍ତ୍ତରେ ହିଁ ପ୍ରଭାବିତ ହୋଇଯିବ ।

ପ୍ରଥମ ଡେଟରେ ପୋଷାକ ବାଛିବା ପୂର୍ବରୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ସେଥିରେ ଗୋଟିଏ ହେଲା ଆପଣଙ୍କ ପୋଷାକର ରଙ୍ଗ । ଏମିତରେ ବହୁତ ଜରୁରୀ ହେଲା ଆପଣ ଡେଟରେ କେଉଁ ରଙ୍ଗର ପୋଷାକ ବାଛିବେ । ଯଦି ଆପଣ ମ୍ୟଧ ପ୍ରଥମ ଡେଟରେ ଯିବା ପାଇଁ ଚାହୁଁଛନ୍ତି ତେବେ ଏହି ଉପାୟ ଆପଣାନ୍ତୁ . . . .

୧.ନୀଳ ରଙ୍ଗ ପିନ୍ଧିବା ସବୁଠାରୁ ଭଲ- ନୀଳ ଏମିତି ଏକ ରଙ୍ଗ ଯାହା ମହିଳା ଓ ପୁରୁଷ ସମାନ ରୂପରେ ପସନ୍ଦ କରନ୍ତି । ଏକ ସର୍ବେକ୍ଷଣ ଅନୁସାରେ ପାଖାପାଖି ୩୩ ପ୍ରତିଶତ ମହିଳାଙ୍କୁ ଓ ୫୭ ପ୍ରତିଶତ ପୁରୁଷଙ୍କୁ ନୀଳ ରଙ୍ଗ ବହୁତ ପସନ୍ଦ ।

୨.କଳା ରଙ୍କର ପୋଷାକ ମଧ୍ୟ ପିନ୍ଧିିପାରିବେ – କଳାରଙ୍ଗ ସାମ୍ନା ଲୋକକୁ ଅଧିକ ପ୍ରଭାବିତ କରିବାରେ । ଏହାସହ କଳାରଙ୍ଗ ଶକ୍ତିରର ପ୍ରତୀକ ।

୩. ସବୁ ମଉକାକୁ ସଫଳ କରେ ଲାଲ ରଙ୍ଗ- ଯଦି ଆପଣ ସାମ୍ନା ବ୍ୟକ୍ତିଙ୍କୁ ନିଜ ଆଡକୁ ଆକର୍ଷତ କରିବା ପାଇଁ ଚାହୁଁଛନ୍ତି ଏବଂ ଚାହୁଁଛନ୍ତି ସେ ଆପଣଙ୍କ ଉପରୁ ନଜର ହଟାଇ ନପାରନ୍ତୁ ତେବେ ଆପଣ ଲାଲ ରଙ୍ଗ ପିନ୍ଧିିବା ଦରକାର ।