ମହଙ୍ଗା ପଡ଼ିଲା ଯୁବତୀଙ୍କୁ ଦୁର୍ବ୍ୟବହାର ! କାଲି ଅପମାନିତ କରିଥିଲେ ଆଜି ବନ୍ଧାହେଲେ

55

କନକ ବ୍ୟୁରୋ : ରାସ୍ତାମଝିରେ ଯୁବତୀଙ୍କୁ ଅଟକାଇ ହଟହଟା କରିବା ମହଙ୍ଗା ପଡିଛି । ହରତାଳ ଏବଂ ଆନ୍ଦୋଳନ ଆଳରେ ସ୍କୁଟିରେ ଆସୁଥିବା ଏକୁଟିଆ ଝିଅକୁ ଅପମାନିତ କରିଥିବା ୩ ଜଣ ଯୁବକକୁ ଗିରଫ କରିଛି ଖଣ୍ଡଗିରି ପୁଲିସ । ଆଉ ଗିରଫ ଏହି ୩ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ନାବାଳକ । ବିଜେଡିର ୫ଘଂଟିଆ ହରତାଳ ବେଳେ ଭୁବନେଶ୍ୱର ଡେଲଟା ଛକରେ ଘଟିଥିଲା ଏହି ଅଭାବନୀୟ ଘଟଣା । ହରତାଳ ସମୟରେ ଯେତେବେଳେ ଯୁବତୀ ଜଣକ ସ୍କୁଟି ନେଇ ବାହାରକୁ ଆସୁଥିଲେ, ଠିକ୍ ସେତିକି ବେଳେ ଘେରି ଯାଇଥିଲେ ବିଜେଡି କର୍ମୀ ।

ସଙ୍ଗବଦ୍ଧ ଭାବରେ ଯୁବକମାନେ ଏହି ଯୁବତୀଙ୍କୁ ଘେରିଯିବା ସହ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ । ଆଉ ଏହି ପୁରା ଘଟଣା ଭିତରେ ସ୍କୁଟିକୁ ଆକ୍ରମଣ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଗିରଫ ଏହି ୩ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ନାବାଳକ । ଆଉ ଏମାନଙ୍କ ନାଁରେ ୧୪୩, ୧୪୭, ୧୪୯ ଏବଂ ୩୨୩ ଭଳି ଦଫା ସବୁ ଲଗାଇଛି ପୁଲିସ । ହରତାଳ ନା’ରେ ହିଂସାକୁ ନେଇ ଶାସକ ବିଜେଡିକୁ ସମାଲୋଚନା ହେବାକୁ ପଡ଼ିଥିବା ବେଳେ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ ସବୁବର୍ଗରେ ନିନ୍ଦା କରାଯାଇଥିଲା ।