ରାଜ୍ୟରେ ଯୁକ୍ତ ତିନି କଲେଜ ଗୁଡିକରେ ଅନେକ ସିଟ ଖାଲି : ୩୦ରୁ ଅଗଷ୍ଟ ୩ ମଧ୍ୟରେ ଅଫଲାଇନ ଆବେଦନ କରିପାରିବେ ଛାତ୍ରଛାତ୍ରୀ

35

କନକ ବ୍ୟୁରୋ : ରାଜ୍ୟରେ ଥିବା ଯୁକ୍ତ ତିନି କଲେଜ ଗୁଡିକରେ ଅନେକ ସିଟ ଖାଲି ପଡିଥିବା ଦେଖିବାକୁ ମିଳିଛି । ସରକାର ଯେତେ ଚେଷ୍ଟା କଲେ ବି କଲେଜ ଗୁଡିକରେ ସିଟ ପୂରଣ ହୋଇ ପାରୁନାହିଁ । ଏପରି ଅବସ୍ଥା ବେଳେ ବେଳେ ଦେଖାଯାଉଛି ଯେ, ଅଧାରୁ ଅଧିକ ସିଟ କଲେଜ ଗୁଡିକରେ ଖାଲି ପଡୁଛି । ଏହି ସମସ୍ୟା ଉଭୟ ସରକାରୀ ଓ ବେସରକାରୀ କଲେଜ ଗୁଡିକର ଅବସ୍ଥା । ତେବେ ସରକାର ଏହି ଖାଲି ପଡିଥିବା ସମସ୍ତ ସିଟକୁ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଯୁକ୍ତ ୩ ଡିଗ୍ରି ଓ ସ୍ୱୟଂଶାସିତ କଲେଜରେ ଖାଲିଥିବା ସିଟ୍ ପୂରଣ ପାଇଁ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ଜୁଲାଇ ୩୦ରୁ ଅଗଷ୍ଟ ୩ ମଧ୍ୟରେ ଅଫଲାଇନରେ କମନ୍ ଆପ୍ଲିକେସନ୍ ଫର୍ମ(ସିଏଏଫ୍)ରେ ଆବେଦନ କରିପାରିବେ। ଅଗଷ୍ଟ ୭ରେ କଲେଜ ନୋଟିସ୍ ବୋର୍ଡରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ କରାଯିବ। ୮ ଓ ୯ ତାରିଖରେ ନାମଲେଖା ହେବ। ଅଗଷ୍ଟ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ତଥ୍ୟ କଲେଜଗୁଡ଼ିକ ଇ-ସ୍ପେସ୍ରେ ଅପଡେଟ କରିବେ।

 

ଯୁକ୍ତ ୨ ଇନଷ୍ଟାଣ୍ଟ ପରୀକ୍ଷା ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସମେତ ପ୍ରଥମ ନାମଲେଖା ସମୟରେ ଆବେଦନ କରିପାରି ନ ଥିବା, ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ସିଟ୍ ପାଇ ନ ଥିବା, ଚୟନ ହୋଇ ନାମଲେଖାଇ ପାରି ନ ଥିବା, ପ୍ରଥମ ପର୍ୟ୍ୟାୟରେ ନାମଲେଖାଥିବା ଓ ଏବେ ଉପର କଲେଜକୁ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଆବେଦନ କରିପାରିବେ। ଛାତ୍ରଛାତ୍ରୀ କେବଳ ଅଫଲାଇନରେ କଲେଜ ସ୍ତରରେ ଆବେଦନ କରିବେ। ଅନର୍ସ ଓ ଜେନେରାଲରେ ଖାଲିଥିବା ସିଟ୍ ଅନୁଯାୟୀ ନାମଲେଖା ହେବ। ଏହି ପର୍ଯ୍ୟାୟରେ କଟ୍ ଅଫ୍ ମାର୍କକୁ ଧରାଯିବ ନାହିଁ। ତେବେ ସରକାର ଏକ ନିୟମ ଲଗାଇଛନ୍ତି ଯେ, ଯଦି ଅଧିକରୁ ଏଧିକ କଲେଡରେ ସିଟ ପାଙ୍ଖା ପଡିବ ତେବେ ସେଗି କଲେଜକୁ ବନ୍ଦ କରାଯିବ । କାରଣ ଅଯଥାରେ କଲେଜ ଗୁଡିକ ଅନୁମତି ନେଇ ଖୋଲୁଛନ୍ତି ଆବଶ୍ୟକୀୟ ପିଲାମାନେ ନାମ ଲେଖାଉ ନଥିବାରୁ ସ୍ଥିତି ଏପରି ହେଉଛି । ଅନେକ ପିଲା ଯୁକ୍ତ ଦୁଇ ପରେ ବୈଷେୟିକ ପାଠ ପଢାରେ ମନ ନିବେଶ କରୁଥିବାରୁ କଲେଜ ଗୁଡିକରେ ଏପରି ସିଟ ଖାଲି ପଡୁଛି ବୋଲି ଶିକ୍ଷାବିତ ମାନେ କହିଛନ୍ତି ।