ଭାରତରୁ ସମ୍ପୁର୍ଣ୍ଣ ଭିନ୍ନ ପ୍ରକ୍ରିୟାରେ ଆୟୋଜିତ ହୁଏ କି ପାକିସ୍ଥାନ ନିର୍ବାଚନ ? ଜାଣନ୍ତୁ କିଭଳି ଭାବେ ନିର୍ବାଚିତ ହୁଅନ୍ତି ପାକିସ୍ଥାନ ପ୍ରଧାନମନ୍ତ୍ରୀ । 

64

ପାକିସ୍ତାନରେ ନୂଆ ସରକାର ଗଠନ ପାଇଁ ଆଜି ସାଧାରଣ ନିର୍ବାଚନ ହେଉଛି । ଭାରତ ସମେତ ବିଶ୍ୱର ଅନେକ ଦେଶର ନଜର ଏହି ନିର୍ବାଚନ ଉପରେ ରହିଛି ।  ଏହି ନିର୍ବାଚନରେ କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ-ତେହେରିକ୍-ଏ-ଇନସାଫ, ନୱାଜ ସରିଫଙ୍କ ପାର୍ଟି ପିଏମଏଲ୍-ଏନ ମଧ୍ୟରେ କଡା ଟକ୍କର ହେଉଛି । ଇମ୍ରାନ ଖାନ୍  ପାକିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଛି । ବିଭିନ୍ନ ସର୍ଭେ ରିପୋର୍ଟରେ ଇମ୍ରାନ ଖାନ୍  ପ୍ରଧାନମନ୍ତ୍ରୀ  ଦୌଡରେ ଆଗୁଆ ଅଛନ୍ତି ବୋଲି ଦର୍ଶାଯାଇଛି । ତେବେ ପଡୋଶୀ ଦେଶ ପାକିସ୍ଥାନରେ କିଭଳି ଭାବରେ ସାଧାରଣ ନିର୍ବାଚନ ହୁଏ ଆସନ୍ତୁ ସେ ବିଷୟରେ ଜାଣିବା । ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହେଉଥିବା ନିର୍ବାଚନରେ ସେତେଟା ଅନ୍ତର ଦେଖିବାକୁ ମିଳିନଥାଏ । ଭାରତ ସଂସଦ ଭଳି ପାକିସ୍ତାନ ସଂସଦରେ ମଧ୍ୟ ଦୁଇଟି ସଦନ ରହିଛି । ନିମ୍ନ ସଂସଦକୁ ‘ରାଷ୍ଟ୍ରୀୟ ଆସେମ୍ବଲି’ କୁହାଯାଉଥିବା ବେଳେ ଉପରୋକ୍ତ ସଂସଦକୁ ସିନେଟ୍ କୁହାଯାଏ । ଏହି ରାଷ୍ଟ୍ରୀୟ ଆସେମ୍ବଲି ଭାରତର ‘ଲୋକସଭା’ଭଳି ହୋଇଥାଏ ।

ପାକିସ୍ତାନ ସଂସଦକୁ ମଜଲିସ୍-ଏ-ସୁରା କୁହାଯାଏ ଏବଂ ରାଷ୍ଟ୍ରୀୟ ସଂସଦକୁ କୋମୀ ଇସମ୍ବଲୀ କୁହାଯାଏ ଏବଂ ସିନେଟକୁ ଆଇବାନ-ଏ-ବାଲା କୁହାଯାଏ । ଭାରତରେ ଯେଉଁଠି ରାଷ୍ଟ୍ରପତୀ ସଂସଦରେ ସାମିଲ ନଥାନ୍ତି ସେଠରେ ପାକିସ୍ତାନରେ ଦୁଇ ସଂସଦରେ ରାଷ୍ଟ୍ରପତୀଙ୍କ ଭାଗିଦାରୀ ଦେଖିବାକୁ ମିଳେ ।

କିଭଳି ହୁଏ ସାଧାରଣ ନିର୍ବାଚନ : ଭାରତର ଉପର ସଂସଦ ବା ରାଜ୍ୟସଭା ଭଳି ପାକିସ୍ତାନ ସିନେଟର ସଦସ୍ୟ ମଧ୍ୟ ଆସେମ୍ବଲୀର ସଦସ୍ୟଙ୍କୁ ଚୟନ କରିଥାନ୍ତି । ନିମ୍ନ ସଂସଦ ତଥା ରାଷ୍ଟ୍ରୀୟ ସଂସଦର ସଦସ୍ୟଙ୍କୁ ସାଧାରଣ ନିର୍ବାଚନ ମାଧ୍ୟମରେ ଚୟନ କରାଯାଏ ।

ଭାରତର ଲୋକସଭାରେ ସର୍ବମୋଟ ୫୪୫ ଜଣ ସଦସ୍ୟ ରହିଥାନ୍ତି । ଯେଉଁଥିରୁ ୨ ଜଣଙ୍କୁ ମନୋନୀତ କରାଯାଏ । ପାକିସ୍ତାନର ଜାତୀୟ ସଂସଦର ସଦସ୍ୟ ସଂଖ୍ୟା ୩୪୨ । କିନ୍ତୁ ଏମାନଙ୍କ ମଧ୍ୟରୁ ୨୭୨ ଜଣ ସଦସ୍ୟଙ୍କୁ ହିଁ ପ୍ରତ୍ୟକ୍ଷ ମତଦାନ ଜରିଆରେ ଚୟନ କରାଯାଏ । ଅନ୍ୟପକ୍ଷରେ ଅନ୍ୟ ୭୦ ଜଣ ସଦସ୍ୟଙ୍କ ପାଇଁ ନିର୍ବାଚନ ହୋଇନଥାଏ ।

କେଉଁ ଉପାୟରେ ଏହି ୭୦ ଜଣ ସଦସ୍ୟଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୁଏ? 

ଏହି ୭୦ ଜଣ ସଦସ୍ୟଙ୍କ ମଧ୍ୟରେ ୬୦ ଟି ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଅନ୍ୟ ୧୦ ଟି ସିଟ୍ ପାକିସ୍ଥାନର ପାରମ୍ପାରିକ ତଥା ଅଳ୍ପସଂଖ୍ୟକ ସମୁଦାୟଙ୍କ ପାଇଁ ସଂରକ୍ଷଣ ହୋଇ ରହିଥାଏ । ଏମାନଙ୍କ ଚୟନ ଆନୁପାତିକ ପ୍ରତିନିଧିତ୍ୱ ନିୟମ ଜରିଆରେ ହୋଇଥାଏ ।