ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଯୋଗ ! ପାକିସ୍ତାନ ଏବଂ କଂଗ୍ରେସ ମଧ୍ୟରେ ରହିଛି ସମ୍ବନ୍ଧ , ଏକ ସମୟରେ ଦୁହେଁ ସମ୍ବିଧାନ ଧାରା ୩୭୦ର କଥା କହୁଛନ୍ତି ।

137

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପାକିସ୍ତାନ ଏବଂ କଂଗ୍ରେସ ଆର୍ଟିକଲ୍ ୩୭୦ ରେ ପରିବର୍ତ୍ତନ ଆଣିବା ବିପକ୍ଷରେ ଏକସମୟରେ କହୁଥିବା ଅଭିଯୋଗ ଲଗାଇଥିଲେ । ସେ କହିଥିଲେ ଏଭଳି ପ୍ରତୀତ ହେଉଛି ଯେ ଦୁହିଁଙ୍କ ଭିତରେ କିଛି ସାମଞ୍ଜସ୍ୟ ରହିଛି । ପ୍ରଧାନମନ୍ତ୍ରୀ କହିଥିଲେ କଂଗ୍ରେସ ନିଜ ଘୋଷଣାପତ୍ରରେ ଆର୍ଟିକେଲ୍ ୩୭୦ ର କଥା କହିଛନ୍ତି ଏବଂ ଏହାର ପରଦିନ ହିଁ ଇମରାନ୍ ଖାନ୍ ଏଥିରେ ପରିବର୍ତ୍ତନ ଆଣିବା ବିପକ୍ଷରେ ବୟାନ ଦେଇଥିଲେ । ମଣିପୁରର ଏକ ରାଲିକୁ ସମ୍ବୋଧିତ କରୁଥିବା ସମୟରେ ପିଏମ୍ ମୋଦି କହିଥିଲେ, ଯେଉଁ ଦିନ କଂଗ୍ରେସ କହିଥିଲା କୌଣସି ଆର୍ଟିକେଲ୍ ୩୭୦ କୁ ବଦଳାଇପାରିବ ନାହିଁ । ତା ପରଦିନ ପାକିସ୍ତାନ ଏହି କଥା କହିଥିଲା । ଏହା କେଉଁ ପ୍ରକାର ଗଠବନ୍ଧନ?

କଂଗ୍ରେସ ନିଜ ଘୋଷଣାପତ୍ରରେ ପ୍ରତିଶୃତି ଦେଇଛି ଯେ ଆର୍ଟିକେଲ୍ ୩୭୦ ରେ କୌଣସି ପ୍ରକାର ସାମ୍ବିଧାନିକ ପରିବର୍ତ୍ତନର ଅନୁମତି ଦିଆଯିବନାହିଁ । କଂଗ୍ରେସ ନର୍ଥ ଇଷ୍ଟରେ ଲାଗିଥିବା ଇୠଝଚଇ ଆଇନ୍ ଉପରେ ବିଚାର କରିବା ଏବଂ କାଶ୍ମୀର ଘାଟିରେ ଯବାନଙ୍କ ପହରା କମ୍ କରିବା ପାଇଁ ନିଜ ଘୋଷଣାପତ୍ରରେ କହିଛି । କଂଗ୍ରେସ ଘୋଷଣାପତ୍ର ଜାରୀ କରିବା ପରଦିନ ହିଁ ପାକ୍ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ମହମ୍ମଦ୍ ଫୈସଲ୍ କହିଥିଲେ , “ ଭାରତୀୟ ସମ୍ବିଧାନ ଧାରା ୩୭୦ କୁ ସମାପ୍ତ କରିବା ୟୁଏନ୍ ରିସଲ୍ୟୁସନ୍ ର ବିରୋଧ ହେବ । ଆମେ କୌଣସି ସ୍ଥିତିରେ ଏହାକୁ ସ୍ୱୀକାର କରିବୁ ନାହିଁ ଏବଂ କାଶ୍ମୀର ମଧ୍ୟ ଏହାକୁ ସ୍ୱୀକାର କରିବ ନାହିଁ । ରବିବାର ମୋଦିଙ୍କ ବୟାନ ଆର୍ଟିକେଲ୍ ୩୭୦ ଉପରେ କଂଗ୍ରେସ ଏବଂ ପାକିସ୍ତାନର ଷ୍ଟାଣ୍ଡକୁ ଯୋଡିବାକୁ ଯାଇ ମୋଦି ଏହି ଆରୋପ ଲଗାଇଥିଲେ ।