ଅଫିସ୍ ଯିବାରେ ଟ୍ରାଫିକ୍ ସମସ୍ୟା ଦେଖାଯାଉଛି…ତେଣୁ ପ୍ରତିଦିନ ନଈ ପାର କରି ଅଫିସ୍ ଯାଉଛନ୍ତି ଏହି ବ୍ୟକ୍ତି ।

56

ବଡ଼ ବଡ଼ ସହରର ଲୋକମାନଙ୍କ ଲାଗି ଟ୍ରାଫିକ୍ ସମସ୍ୟା ଏକ ବଡ଼ ସମସ୍ୟା ହୋଇଯାଇଛି । ଅଫିସରେ ପହଁଚିବା ହେଉ ଅବା କୈାଣସି ସ୍ଥାନକୁ ଯାତ୍ରା କରିବା ପାଇଁ ରେଳ ଷ୍ଟେସନ କିମ୍ବା ବିମାନବନ୍ଦରରେ ପହଁଚିବା ହେଉ ,ଟ୍ରାଫିକ୍ ସମସ୍ୟାକୁ ନେଇ ବିଳମ୍ବ ହୋଇଯାଇଥାଏ । କିନ୍ତୁ ଜର୍ମାନୀର ଜଣେ ବ୍ୟକ୍ତି ଏହି ସମସ୍ୟାର ସମାଧାନ ପାଇଁ ବାଛି ନେଇଛନ୍ତି ଏକ ନିଆରା ଉପାୟ । ସେ ପ୍ରତିଦିନ ଅଫିସ୍ ଯିବା ପାଇଁ ପ୍ରାୟ ଦୁଇ କିଲୋମିଟର ନଈ ପହଁରି ଯାଉଛନ୍ତି ।

ଜର୍ମାନୀର ମ୍ୟୁନିଖ ସହରର ଅଧିବାସୀ ହେଉଛନ୍ତି ବେଂଜାମିନ୍ ଡେଭିଡ୍ । ସହରର ଟ୍ରାଫିକ୍ ସମସ୍ୟାକୁ ନେଇ ପ୍ରତିଦିନ ଅଫିସରେ ପହଁଚିଲା ବେଳକୁ ତାଙ୍କର ବିଳମ୍ବ ହୋଇଯାଉଥାଏ । ତେଣୁ ସେ ଏପରି ଏକ ସମସ୍ୟା ବାହାର କରିନେଲେ । ପ୍ରତିଦିନ ନିଜ ବ୍ୟାଗ୍ , ଲାପଟପ୍ ଓ ଅନ୍ୟାନ୍ୟ ସାମଗ୍ରୀକୁ ଏକ ୱାଟରପ୍ରୁଫ୍ ବ୍ୟାଗରେ ଭର୍ତ୍ତି କରି ଦିଅନ୍ତି । ନିଜେ ଏକ ଟାୱେଲ୍ ପିନ୍ଧି ପ୍ରାୟ ଦୁଇ କିଲୋମିଟର ନଈ ପହଁରି ଅଫିସ୍ ଯା’ନ୍ତି । ତାଙ୍କର ଏହି ପ୍ରୟାସ ଉପରେ ଅନେକ ଲୋକ ହସନ୍ତି । କିନ୍ତୁ ଡେଭିଡଙ୍କୁ ଏଥିରେ କୈାଣସି ଫରକ୍ ପଡେ ନାହିଁ । କାରଣ ଏହି ଉପାୟ ଦ୍ୱାରା ସେ ଠିକ୍ ସମୟରେ ଅଫିସରେ ପହଁଚି ପାରନ୍ତି ଏବଂ ଉପରିସ୍ଥ ଅଧିକାରୀଙ୍କ ଗାଳି ଖାଇବାରୁ ବଂଚି ଯାଆନ୍ତି ।