ସ୍ମରଣୀୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ! ଆଜିର ଦିନରେ ଜର୍ମାନୀ ବ୍ରିଟେନ୍ ଉପରେ କରିଥିଲା ଆକ୍ରମଣ

58

ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି ୨ୟ ବିଶ୍ୱଯୁଦ୍ଧ । ଆଜି ଠାରୁ ୭୭ ବର୍ଷ ପୂର୍ବେ ୧୦ ଜୁଲାଇ୧୯୪୦ରେ ଜର୍ମାନୀ ବାୟୁସେନା ‘ଲୁଫତ୍ୱାଫ୍’ ବ୍ରିଟେନ ଉପରେ ଆକ୍ରମଣ କରିଥିଲେ । ତତ୍କାଳୀନ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ୱିଷ୍ଟନ୍ ଚର୍ଚ୍ଚିଲ୍ ଏହି ଯୁଦ୍ଧକୁ ‘ବ୍ରିଟେନ୍ କି ଲଢାଇ’ ନାମ ଦେଇଥିଲେ । ବ୍ରିଟେନ ଏହି ଯୁଦ୍ଧରେ ପ୍ରଥମଥର ରାଡ଼ାର ଟେକନିକ୍ ର ପ୍ରୟୋଗ କରିଥିଲା । ଏହି ଯୁଦ୍ଧରେ ବ୍ରିଟେନ ଜିତାପଟ ନେଇଥିଲା ।

୨ୟ ବିଶ୍ୱଯୁଦ୍ଧରେ ବ୍ରିଟେନ୍ ବାୟୁସେନା ଜର୍ମାନୀ ବାୟୁସେନାର ଆକ୍ରମଣ ଆଗରେ ଖୁବ୍ ଦୁର୍ବଳ ଥିଲା । ବ୍ରିଟେନ୍ ବାୟୁ ମନ୍ତ୍ରାଳୟ ପ୍ରଥମ ଆକ୍ରମଣ ପରେ ଦାବୀ କରିଥିଲା କି ପ୍ରତିଆକ୍ରମଣ ବେଳେ ବ୍ରିଟେନ୍ ବାୟୁ ସେନା ୧୪ଟି ଜର୍ମାନୀ ଜାହାଜକୁ ମାରି ତଳେ ପକାଇଦେଇଥିଲା । ସରକାରୀ ସୂଚନା ଅନୁସାରେ ୨ଟି ବ୍ରିଟେନର ଜାହାଜର ମଧ୍ୟ କ୍ଷତି ଘଟିଥିଲା । ହିଟଲରଙ୍କୁ ଜଣାଥିଲା କି ବ୍ରିଟେନ୍ ନୈାସେନା ଜର୍ମାନୀ ନୈାସେନା ଠାରୁ ମଜବୁତ୍ ଅଟେ । ଏହାକୁ ହରାଇବା ମୁସ୍କିଲ୍ । ଏଥିପାଇଁ ତାଙ୍କର ଯୋଜନା ଥିଲା କି ବ୍ରିଟେନ ଏହାର ନୈାସେନାର ଉପଯୋଗ କରିବା ପୂର୍ବରୁ ଏମିତି ଦୁର୍ବଳ କରିଦିଅ , ସମୁଦ୍ର ରାସ୍ତା ଦେଇ ପ୍ରବେଶ ବେଳେ ସେ ଆଉ ପ୍ରତିରୋଧ କରିପାରିବେ ନାହିଁ ।

କିନ୍ତୁ ବ୍ରିଟେନ ପାଖରେ ଥିଲା ରାଡ଼ାର ଟେକନିକ୍ । ଯାହା ଫଳରେ ଜର୍ମାନୀ ବାୟୁସେନାର ଶକ୍ତି ସୀମିତ ହୋଇଯାଇଥିଲା । ଯୁଦ୍ଧ ବହୁତ ଜୋରରେ ହୋଇଥିଲା । ବ୍ରିଟେନ ଓ ଜର୍ମାନୀ ଉଭୟ ଲଣ୍ଡନ ଓ ବର୍ଲିନ୍ ଉପରେ ବୋମା ପକାଇଥିଲେ । ଶେଷରେ ବ୍ରିଟେନ୍ ଏହି ଯୁଦ୍ଧରେ ବିଜୟୀ ହୋଇଥିଲା ।
(ସୈାଜନ୍ୟ – ବିବିସି )