କମେଡି କିଙ୍ଗ୍ ପପୁଙ୍କୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି । ସୋସିଆଲ ମିଡ଼ିଆରେ ପପୁ ପମପମଙ୍କ ମୃତ୍ୟୁ ହୋଇଛି ବୋଲି ଅପପ୍ରଚାର ହେଉଛି । ହେଲେ ଏକଥାକୁ ଖଣ୍ଡନ କରିଛନ୍ତି ପପୁ । ସେ କହିଛନ୍ତି ମୋ ନାଁରେ ସୋସିଆଲ ମିଡ଼ିଆରେ ଗୁଜବ ଖବର ପ୍ରଚାର କରାଯାଉଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ୍ । କହିଛନ୍ତିି ତାଙ୍କ ନାଁରେ କରାଯାଉଛି ମିଛ ପ୍ରଚାର କରାଯାଉଛି । ଯେତେ ପ୍ରଚାର କରିବେ ତାଙ୍କର ଆୟୁଷ ସେତେ ବଢ଼ିବ । ସେ କହିଛନ୍ତି ସେ ମାସିକ ରୁଟିନ୍ ଚେକ୍ଅପ୍ ପାଇଁ ଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ଯାଇଥିଲେ । ସେ ପ୍ରାନକ୍ରିୟାସ ସଂକ୍ରମଣ ଜନିତ ରୋଗରେ ପୀଡିତ ଅଛନ୍ତି । ସେଥିପାଇଁ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି । ତେବେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦିନ ଥିଲା କମେଡ଼ି କିଙ୍ଗ୍ ପପୁ ପମପମ୍ ତାଙ୍କ ନିଆରା ହାସ୍ୟରସାତ୍ମକ ଶୈଳୀ ଯୋଗୁଁ ଲୋକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିପାରିଥିଲେ । ତାଙ୍କ ଟେଲିଭିଜନ ସୋ’ ହେଉ କି ସିନେମା ଦେଖିବା ପାଇଁ ଦର୍ଶକ ଆଗ୍ରହ ସହକାରେ ଅପେକ୍ଷା କରୁଥିଲେ । ତାଙ୍କ କଥା ଶୁଣି ହସି ହସି ବେଦମ ହୋଇଯାଉଥିଲେ ଦର୍ଶକ । ହେଲେ ହଠାତ୍ ପପୁଙ୍କ ପାନକ୍ରିଆସରେ ସଂକ୍ରମଣ ଖବର ସାମ୍ନାକୁ ଆସିଲା । ରଜରେ ମୁକ୍ତିଲାଭ କରିଥିବା ଫିଲ୍ମ ଫୋର୍ ଇଡିଅଟସର ସୁଟିଂ ସେଟରେ ହିଁ ଅସୁସ୍ଥ ହୋଇ ପଡିଥିଲେ ପପୁ ପମପମ୍ ।
ପରଦାରେ ଦର୍ଶକଙ୍କୁ ହସାଉଥିବା ପପୁ ପାକନ୍ରିକିୟାଜ ରୋଗରେ ପୀଡ଼ିତ ଥିବା ଯୋଗୁଁ ମେଡ଼ିକାଲରେ ଆଡ଼ମିଟ୍ ହୋଇଥିଲେ । ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ଏୟାର ଆମ୍ୱୁଲାନ୍ସ ଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ନିଆଯାଇଥିଲା । ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସିତ ହୋଇ ଘରକୁ ସୁସ୍ଥ ହୋଇ ଘରକୁ ଫେରିଲେ କମେଡି କିଙ୍ଗ୍ ପପୁ ପମପମ । ଦିଲ୍ଲୀ ଏମସରେ ଚିକିତ୍ସିତ ହୋଇ ଫେରିବା ପରେ ନିଜ ପ୍ରଥମ ଭିଡିଓ ଜାରି କରିଥିଲେ ହାସ୍ୟ ଅଭିନେତା ପପୁ । ଭିଡିଓରେ ପପୁ କହିଥିଲେ, ୨ ମାସ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଥିଲେ, ତାଙ୍କ ସୁସ୍ଥ ହେବା ସମ୍ଭବ ନୁହେଁ ବୋଲି ଡାକ୍ତର କହୁଥିଲେ । କିନ୍ତୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଲୋକଙ୍କ ଭଲପାଇବା ତାଙ୍କୁ ମୃତ୍ୟୁମୁଖରୁ ଫେରାଇଆଣିଛି । ତେବେ ଲୋକଙ୍କୁ ହସାଇ ହସାଇ ବେଦମ କରିଦେଉଥିବା ଓଲିଉଡର କମେଡି କିଙ୍ଗ ପପୁ ପମପମ ଭିଡ଼ିଓ ଜାରି କରିବା ପରେ ଫଟୋରୁ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡ଼ିଥିଲା। ବେଶ୍ ଦୁର୍ବଳ ହୋଇପଡିଛନ୍ତି ପପୁ । ଦିଲ୍ଲୀ ଏମ୍ସରେ ଦୁଇମାସର ଚିକିତ୍ସା ପରେ ଘରକୁ ଫେରିଥିଲେ ପପୁ ପମପମ୍ । ହେଲେ ହାସ୍ୟ ଅଭିନେତା ପପୁଙ୍କ ମୁହଁରେ ନଥିଲା ହସ । ବାରି ହୋଇପଡୁଥିଲା ଦୁଃଖ ଓ ଦୁର୍ବଳତା ।
ଏବେ ପୁଣି ଥରେ ପପୁ ଆଉ ଏକ ଭିଡ଼ିଓ ଜାରି କରିଛନ୍ତି । ତାଙ୍କ ନାଁରେ ହୋଇଥିବା ଅପପ୍ରଚାରକୁ ଖଣ୍ଡନ କରିଛନ୍ତି । ସୋସିଆଲ ମିଡ଼ିଆରେ ପପୁ ପମପମଙ୍କ ମୃତ୍ୟୁ ହୋଇଛି ବୋଲି ଅପପ୍ରଚାର ହେଉଛି । ସେ ଜାରି କରିଥିବା ଭିଡ଼ିଓରେ ତାଙ୍କୁ ଚେହେରାରୁ ସ୍ପଷ୍ଟ ବାରି ହେଉଛି କେତେ ଦୁର୍ବଳ ହୋଇପଡ଼ିଛନ୍ତି ପପୁ । କମେଡ଼ି କିଙ୍ଗଙ୍କ ମୁହଁରେ ଆଉ ପୂର୍ବପରି ବସ ନାହିଁ । ଆହୁରି ଦୁର୍ବଳ ହୋଇପଡ଼ିଛନ୍ତି ପପୁ । ତାଙ୍କ ଫଟୋ ଦେଖିଲେ ବୋଧହୁଏ ଆପଣ ହଠାତ ଚିହ୍ନିପାରିବେ ନାହିଁ । କିଛି ସମୟ ନୀରିକ୍ଷଣ କରିବା ପରେ ଯାଇ ତାଙ୍କୁ ଚିହ୍ୱିବା ସମ୍ଭବପର ହେଉଛି ।
ଓଲିଉଡ଼୍ର ଆଗଧାଡ଼ିର ଜଣେ କମେଡ଼ିଆନ୍ ହେଲେ ପପୁ ପମ୍ପମ୍ । ଏ ବର୍ଷ ତାଙ୍କର ‘ସୁ ନ୍ଦରଗଡ଼ର ସଲମାନ୍ ଖାନ୍’ ଓ ‘ଦିଓ୍ଵାନା ହେଲି ତୋ’ ପାଇଁ’ ଭଳି ଦୁଇଟି ବିଗ୍ ବଜେଟ୍ ଫିଲ୍ମ ବି ରିଲିଜ୍ ହୋଇଛି । ୨୦୧୫ରେ ପପୁ ପମ୍ପମ୍ ନାୟକ ଭୂମିକା ପାଇଥିଲେ ‘ଜୋକର୍’ସିନେମାରେ। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ଅଲରାଉଣ୍ଡର୍ ସଞ୍ଜୟ ନାୟକ। ଏଥିରେ ପପୁଙ୍କ ସହିତ ତମନ୍ନା,ଲିପ୍ସା ଓ ଦୁଷ୍ମନ୍ତ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ । ଫିଲ୍ମଟିର ନବେ ଭାଗ ସୁଟିଂ ସରିଛି,କିନ୍ତୁ ବାକି ସୁଟିଂ ହୋଇପାରୁ ନ ଥିବା ହେତୁ ତାହା ରିଲିଜ୍ ହୋଇପାରିନାହିଁ ।