ବିଶାଖାପାଟଣାରେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ : ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ

30

ବିଶାଖାପାଟଣା : ଆଜି ବିଶାଖାପାଟଣାଠାରେ ଖେଳାଯିବ ଭାରତ-ଇଂଲଣ୍ଡଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ । ରାଜକୋଟରେ ବେଶ ସଂଘର୍ଷ କରି ଟିମ୍ ଇଣ୍ଡିଆ ମ୍ୟାଚ ବଂଚାଇଥିଲା । ତେଣୁ ଏହି ମ୍ୟାଚ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଦଳରେ ଗୋଟିଏ ପରିବର୍ତନ ହେବା ସୂଚନା ଦେଇଛନ୍ତି ଅଧିନାୟକ ବିରାଟ କୋହଲି ।

ବରିଷ୍ଠ ଓପନର ଗୌତମ ଗମ୍ଭୀରଙ୍କ ବଦଳରେ କେଏଲ ରାହୁଲ ପୁଣି ଦଳକୁ ଫେରିବା ସମ୍ଭାବନା ରହିଛି । ଏହା ହେଲେ ଗମ୍ଭୀରଙ୍କଟେଷ୍ଟ କ୍ୟାରିଅରରେ ପୁଣି ଥରେ ଅନିଶ୍ଚିତତା ଭିତରକୁ ଚାଲିଯିବ । ସେପଟେ ପୂର୍ବତନ ଅଧିନାୟକ ତଥା ବେଙ୍ଗଲ କ୍ରିକେଟ ଆସୋସିଏସନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଉମେଶ ଯାଦବଙ୍କ ବଦଳରେ ଈଶାନ୍ତ ଶର୍ମା ସିରିଜ୍ ପାଇଁ ଉପଯୁକ୍ତ ହେବେ ବୋଲି ପରାମର୍ଶ ଦେଇଛନ୍ତି । ତେବେ ବିଶାଖାପାଟଣା ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି ପୂର୍ବାନୁମାନ କରଯାଉଛି । ଫଳରେ ଗତ ମ୍ୟାଚରେ ବିଶେଷ କିଛି କରିପାରିନଥିବା ଆର ଅଶ୍ୱିନ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।