ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୧୯ ଜିଲ୍ଲାର ୭୨ ଆସନ ପାଇଁ ସକାଳ ୮ଟାରୁ ଭୋଟିଂ ଆରମ୍ଭ, ମୈଦାନରେ ୧୦୭୯ ପ୍ରାର୍ଥୀ 

44

କନକ ବ୍ୟୁରୋ : ଆଜି ଛତିଶଗଡରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ହେବ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେେଳେ  ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ ବୋଲି ଜଣାପଡ଼ିଛି  । ଛତିଶଗଡ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଓ କଂଗ୍ରେସର ପ୍ରମୁଖ ନେତାଙ୍କ ସହ ୧ହଜାର ୭୯ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ୧କୋଟି ୫୩ଲକ୍ଷ ୮୫ହଜାରରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୯ହଜାର ୨ଶହ ୯୬ଟି ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୯ ମନ୍ତ୍ରୀଙ୍କ ସହ ବାଚସ୍ପତି ଓ କଂଗ୍ରେସର ପ୍ରମୁଖ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମତଦାନ ହେବାକୁ ଥିବା ଅଂଚଳ ଗୁଡିକରେ ୧ଲକ୍ଷ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଚି । ଛତିଶଗଡର ମାଓ ପ୍ରବଣ ଅଂଚଳରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଛତିଶଗଡ଼ର ଗରିୟାବନ୍ଧ, ଧମତରୀ, ମହାସମୁନ୍ଦ, କବୀରଧାମ, ଯଶପୁର ଓ ବଳରାମପୁର ଜିଲ୍ଲା ନକ୍ସଲ ପ୍ରବଣ ଭାବେ ଜଣାଶୁଣା  । ତେଣୁ ଏହି ଜିଲ୍ଲାଗୁଡ଼ିକରେ ବ୍ୟାପକ ସୁରକ୍ଷା ବଳ ମୁତୟନ କରାଯାଇଛି  ।