ଗାଁରୁ ଆସିଲା ରାୟ ! ଦ୍ୱିତୀୟ ପର୍ଯ୍ୟାୟରେ ବି ବିଜେପିର ଦମଦାର ପ୍ରଦର୍ଶନ

19

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ଗଣତି ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୫ଟି ବ୍ଲକର ୧୭୪ଟି ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ମତଦାନ ହୋଇଛି । ଏହା ସହ ଏହି ପର୍ଯ୍ୟାୟରେ ମୋଟ ୧୩ ଶହ ୮୬ଟି ପଂଚାୟତରେ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ବାଛିଛନ୍ତି ମତଦାତା ।

ଦ୍ୱିତୀୟ ପର୍ଯ୍ୟାୟର ଗଣତି ଶେଷ ହୋଇଥିବା ବେଳେ ଆସନ୍ତା ୨୩ ତାରିଖରେ ସରପଂଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବରଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା ହେବ । ଏହା ସହ ୨୫ ତାରିଖରେ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁ ଘୋଷଣା ହେବ ।

ମିଳିଥିବା ସୂଚନା ଅନୁସାରେ ବିଜେପି ପ୍ରଥମ ପର୍ଯ୍ୟାୟ ଭଳି ଏହି ପର୍ଯ୍ୟାୟରେ ମଧ୍ୟ ଚମକ୍ରାର ପ୍ରଦର୍ଶନ କରିଛି । ବିଜେଡି ବହୁ ସ୍ଥାନରେ ନିଜର ପତିଆରା ହରାଇଛି । କଂଗ୍ରେସର ସ୍ଥିତି ସଂଗୀନ ହେବାରେ ଲାଗିଛି ।