ରାତି ପାହିଲେ ନେତା ବାଛିବେ ମତଦାତା । ଜାଣନ୍ତୁ, ଆପଣଙ୍କ ଅଞ୍ଚଳରେ କେତେଟାରୁ କେତେବେଳ ଯାଏଁ ଦେଇପାରିବେ ଭୋଟ୍ । 

138

କନକ ବ୍ୟୁରୋ:  ରାତି ପାହିଲେ ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ । ଆଉ ଏହି ନିର୍ବଚନ ବୁଥ ଗୁଡ଼ିକରେ ମଧ୍ୟ ପୁଲିଂ ଅଧିକାରୀ ପହଁଚି ସାରିଛନ୍ତି । ତେବେ ଆସନ୍ତା କାଲି ରାଜ୍ୟର  ୫ଟି ଲୋକସଭା ଆସନ ଯଥା- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ସହ ଏହା ଅଧୀନସ୍ଥ ୩୫ ଗୋଟି ବିଧାନସଭା କ୍ଷେତ୍ରରେ ମତଦାନ ହେବ । ଆଉ ମତଦାନ ସାବ୍ୟସ୍ତ କରି ନିଜର ନେତା ବାଛିବେ ଭୋଟର । ତେବେ ଆସନ୍ତା କାଲି ଆପଣଙ୍କ ଅଞ୍ଚଳରେ କେତେଟାରୁ କେତେବେଳ ଯାଏ ଭୋଟ୍ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ ଦେଖନ୍ତୁ ।


ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୩୫ ଜଣ ସାଂସଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ଏମାନଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଓ ୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ ଜଣ ଜାତୀୟ ଦଳର, ୫ ଜଣ ରାଜ୍ୟସ୍ତରୀୟ ଦଳର, ୯ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୭ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଅଂଶଗ୍ରହଣ କରିବେ । ସେହିପରି ବିଧାନସଭା ନିର୍ବାଚନରେ ୨୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ଏମାନଙ୍କ ମଧ୍ୟରେ ୨୧୯ ଜଣ ପୁରୁଷ ଓ ୨୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୨୪୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯୭ ଜଣ ଜାତୀୟ ଦଳର, ୩୫ ଜଣ ରାଜ୍ୟସ୍ତରୀୟ ଦଳ, ୪୨ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୭୦ ଜଣ ସ୍ୱାଧୀନ ପାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିବେ ।

ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୯ ହଜାର ୧୧୭ ବୁଥରେ ୩୯ ଲକ୍ଷ ୪୫ ହଜାର ୦୨୫ ପୁରୁଷ ଭୋଟର, ୩୭ ଲକ୍ଷ ୪୭ ହଜାର ୪୯୩ ମହିଳା ଭୋଟର ଓ ୬୦୫ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କି, ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୩ ହଜାର ୭୦୧ ସମ୍ବେଦନଶୀଳ ବୁଥ୍ ରହିଛି । ଯେଉଁଥି ପାଇଁ କଡ଼ା କଡ଼ି ବ୍ୟବସ୍ଥା କରାଯାଇଛି । ଏପରିକି ୭୩୯ଟି ବୁଥରେ ସିଏପିଏଫ୍ ନିୟୋଜିତ ରହିବେ । ସେହିଭଳି ୬୨୩ ବୁଥରେ ସିସିସିଟିଭି ଲାଗିଛି । ୮୯୨ ମାଇକ୍ରୋ ଅବଜର୍ଭର ନିୟୋଜିତ ରହିଛନ୍ତି । ଅନ୍ୟପଟେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।