ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ : ଗୃହରେ ପୂର୍ବତନ ବାଚସ୍ପତି ରବି ରାୟଙ୍କୁ ଶ୍ରଦ୍ଧାଂଜଳି

54

କନକ ବ୍ୟୁରୋ : ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଗୃହ ଆରମ୍ଭରୁ ଦିବଙ୍ଗତ ପୂର୍ବତନ ବାଚସ୍ପତି ରବି ରାୟଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ତେବେ ପ୍ରଶ୍ନକାଳ ସୁରୁଖୁରରେ ଚାଲିଥିବା ବେଳେ ଆଜି ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ ।

ତେବେ ଚାଷୀ ଆତ୍ମହତ୍ୟାକୁ ନେଇ ଗୃହ ପୁଣି ସରଗରମ ହେବା ସମ୍ଭାବନା ରହିଛି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିରୋଧୀ କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ରାଜନୈତିକ ହିଂସା, ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି-କଂଗ୍ରେ ମେଂଟ ପ୍ରସଙ୍ଗ ବି ଉଠିବା ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ବିଜେପି ଗୃହରେ ଚାଷୀ ସମସ୍ୟା, ଧାନର ଅଭାବ ବିକ୍ରି, ମଣ୍ଡି ସମସ୍ୟା, ପିଇବା ପାଣି ସମସ୍ୟା ଓ ପଂଚାୟତ ନିର୍ବାଚନ ସମୟରେ ହିଂସାକାଣ୍ଡ ପ୍ରସଙ୍ଗ ଉଠାଇବ । ଏଥିସହ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି ।