ଆଜି ଜିଏସଟି ବୈଠକର ଦ୍ୱିତୀୟ ଦିନ : ବିସ୍କୁଟ,ଜୋତା,ପୋଷାକ, ସୁନା ଦର ଉପରେ ହୋଇପାରେ ନିଷ୍ପତି

26

କନକ ବ୍ୟୁରୋ : ଆଜି ଜିଏସଟି ବୈଠକର ଦ୍ୱିତୀୟ ଦିନ । ଜିଏସଟିକୁ ନେଇ ୯ଟି ନିୟମ ମଧ୍ୟରୁ ୭ଟି ମଞ୍ଜୁର ହୋଇଥିବାବେଳେ ଆଜି ଆଉ ୨ଟିମଞ୍ଜୁର ହେବ । ଜିଏସଟିରେ ୬ଟି ସାମଗ୍ରୀ ଉପରେ ସ୍ଲାବ ଧାର୍ଯ୍ୟ ହୋଇପାରିନାହିଁ । କେଉଁ ସାମଗ୍ରୀଗୁଡିକ ଜିଏସଟି ପରିସରରୁ ବାଦ ପଡିବ ସେ ନେଇ ବି ଆଜି ନିଷ୍ପତି ହେବ ।

ବିଡି ଓ ସୁନା ଉପରେ ଟିକସ ହାର ନିର୍ଧାରଣ ହୋଇପାରିନାହିଁ । ତେଣୁ ଏହା ଉପରେ ଆଜି ନିଷ୍ପତି ନିଆଯିବା ସମ୍ଭାବନା ରହିଛି । ଆଜି ସେବାଗୁଡିକର ବି ଟିକସ ହାର ଧାର୍ଯ୍ୟ କରାଯିବ । ଯଦି ଆଜି ସବୁ ସାମଗ୍ରୀ ଓ ସେବାଗୁଡିକର ଟିକସ ହାର ଧାର୍ଯ୍ୟ ହୋଇପାରିଲା ନାହିଁ ତେବେ ଏ ନେଇ ପୁଣି ଥରେ ବୈଠକ ବସିବ । ଜୁଲାଇ ପହିଲାରୁ ଦେଶରେ ଜିଏସଚଟି କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଦେଶରେ ଲାଗୁ କରାଯାଉଥିବା ୧୬ଟି ପରୋକ୍ଷ ଟିକସ ବଦଳରେ ଗୋଟିଏ ପ୍ରକାର ଟିକସ ଜିଏସଟି ଲାଗୁ କରାଯିବ ।