କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନ !

19

କନକ ବ୍ୟୁରୋ : କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନ । ତେବେ ଆଜି ଦ୍ୱିତୀୟ ଦିନରେ ବଡୋଦରା,ଛୋଟ ଉଦୟପୁର ଲୋକଙ୍କୁ ଭେଟିଛନ୍ତି ରାହୁଲ ଗାନ୍ଧୀ । ବେରୋଜଗାର ଉପରେ ରାହୁଲ ଏଠାରେ ପୁଣି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଯୁବକଙ୍କୁ ରୋଜଗାରକ୍ଷମ କରିବା ନୁହେଁ ,ଯଦି କଂଗ୍ରେସ ଶାସନଗାଦିକୁ ଆସେ ତାହେଲେ ତାର ମୁଖ୍ୟ ମୁଦ୍ଦା ପାଠପଢା ଓ ରୋଜଗାର ଉପରେ ରହିବ । ସେ ଏହା ମଧ୍ୟ କହିଛନ୍ତି ଲୋକଙ୍କ ସହ ସମ୍ବାଦ କାର୍ଯ୍ୟକ୍ରମ ଜରିଆରେ ଆଲୋଚନା କରିବା ଉଚିତ । ହେଲେ ମୋଦି କେବଳ ଚାଇନା ସେଲ୍ଫି ନେଉଛନ୍ତି , ତେଣୁ ମୁଁ ଚାହୁଁଛି ଚାଇନା ଲୋକ ମେକ ଇନ ଇଣ୍ଡିଆ ସେଲ୍ଫି ନିଅନ୍ତୁ ବୋଲି କଟାକ୍ଷ କରି କହିଛନ୍ତି ରାହୁଲ ।