ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଶେଷ ଦିନ ! ୨୦୧୯ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ହୋଇପାରେ ରଣନୀତି

13

କନକ ବ୍ୟୁରୋ : ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଶେଷ ଦିନ । ଗତକାଲିଠୁ ଆରମ୍ଭ ହୋଇଥିବା କାର୍ଯ୍ୟକାରିଣୀ ବୈଠକ ଆଜି ଶେଷ ହେବ । ତେଣୁ ଆଜି ବୈଠକରେ ୨୦୧୯ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ହୋଇପାରେ ରଣନୀତି । ଆଗାମୀ ନିର୍ବାଚନ ପାଇଁ ଦଳ କିପରି ପ୍ରସ୍ତୁତି କରିବ ସେ ନେଇ ରାଜ୍ୟ ବିଜେପି ନେତାଙ୍କୁ ଦିଗଦର୍ଶନ ଦେଇପାରନ୍ତି ବିଜେପିର ଛାମୁଆ ନେତାମାନେ ।

ଏହା ସହ ତୃଣମୂଳ ସ୍ତରରେ ସଂଗଠନକୁ ଦୃଢ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇପାରେ । ରାଜ୍ୟରେ ୧୭ ବର୍ଷ ଧରି କ୍ଷମତାରେ ଥିବା ବିଜେଡିକୁ ଚ୍ୟାଲେଂଜ୍ କରିବା ପାଇଁ ଦଳୀୟ ନେତା ତଥା କର୍ମୀଙ୍କୁ ମନ୍ତ୍ର ଦେଇପାରନ୍ତି ମୋଦି-ଶାହ ଯୋଡି ।