ରିଲ୍ ନୁହେଁ ରିଅଲ୍ ଲାଇଫ୍ ସ୍ପାଇଡରମ୍ୟାନ୍ ! ବଞ୍ଚାଇ ସାରିଛନ୍ତି ୧୦,୦୦୦ ପିଲାଙ୍କ ଜୀବନ, ଜାଣନ୍ତୁ କିଏ ଏହି ସୁପର୍ ହିରୋ । 

48

ପୃଥିବୀରେ ଜନ୍ମିତ ସମସ୍ତ ମାନବଙ୍କ କିଛି ନା କିଛି ଉଦ୍ଦେଶ୍ୟ ରହିଛି । ତେବେ କିଛି ଲୋକ ପରିବାର,ଜ୍ଞାତିକୁଟୁମ୍ବ ଏବଂ କ୍ୟାରିିୟର୍ ଗଢିବାରେ ନିଜକୁ ବ୍ୟସ୍ତ ରଖିଦିଅନ୍ତି ତ ଆଉ କିଛି ଲୋକ ନିଜ ଉଦ୍ଦେଶ୍ୟକୁ ପୂର୍ବରୁ ଜାଣି ଏହାକୁ ସଫଳ କରିବାକୁ ଅଗ୍ରସର ହୋଇଥାନ୍ତି । ତେବେ ମାନବସେବା କରିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇପାରିନଥାଏ । ଖୁବ୍ କମ୍ ଲୋକ ହିଁ ଏହି ସୌଭାଗ୍ୟକୁ ଆପଣାଇବାରେ ସଫଳ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ନାଁ କହିବାକୁ ଯାଉଛୁ ଯାହାଙ୍କ କାର୍ଯ୍ୟକୁ ଦେଖି ଆପଣ ତାଙ୍କ ପ୍ରଶଂସା ନକରି ରହି ପାରିବେ ନାହିଁ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଆମେରିକା ନିବାସୀ ରିକି ମୀନା । ତେବେ ରିକି ଯେଉଁ କାମ କରନ୍ତି ତାହା ପ୍ରଶଂସାଯୋଗ୍ୟ । ସେ ସ୍ପାଇଡରମ୍ୟାନ୍ ଡ୍ରେସ୍ ପିନ୍ଧି ଶିଶୁମାନଙ୍କ ଡାକ୍ତରଖାନାରେ ଘୁରି ବୁଲନ୍ତି ।

ତେବେ ସେ କେବଳ ନିଜ ସଉକ୍ ପାଇଁ ଏଭଳି ବସ୍ତ୍ର ପିନ୍ଧନ୍ତି ତାହା ନୁହଁ । ସେ ଡାକ୍ତରଖାନାରେ ବୁଲି ବୁଲି ରୋଗୀଣା ପିଲାମାନଙ୍କ ସହ ଘଣ୍ଟା ଘଣ୍ଟା ଧରି ସମୟ କାଟନ୍ତି । ରିକିଙ୍କୁ ସ୍ପାଇଡରମ୍ୟାନ୍ ବେଶରେ ଦେଖି ପିଲାମାନେ ମଧ୍ୟ ବେଶ୍ ଖୁସି ହୁଅନ୍ତି । ସ୍ପାଇଡରମ୍ୟାନ୍ ସହ ପିଲାମାନେ ଖେଳନ୍ତି,ବୁଲନ୍ତି,ନାଚନ୍ତି ଏବଂ ବେଳେବେଳେ ପିଲାଙ୍କ ମୁହଁରେ ହସ ଆଣିବା ପାଇଁ ରିକିଙ୍କୁ ଡିଆଁଡିଇଁ କରି ଉଡିବାକୁ ମଧ୍ୟ ପଡେ ଯାହାଦ୍ୱାରା ସେ ବହୁତ ସମୟରେ ଆଘାତ ମଧ୍ୟ ପାଇଛନ୍ତି । କିନ୍ତୁ ପିଲାଙ୍କ ଖୁସି ପାଇଁ ସେ ସବୁକିଛି କରିବାକୁ ପୟସ୍ତୁତ ହୋଇଯାନ୍ତି । ଖୁସିର କଥା ହେଉଛି ଯେ ରିକିଙ୍କ ଯୋଗୁଁ ପ୍ରାୟ ୧୦,୦୦୦ ପିଲା ଗମ୍ଭୀର ରୋଗରୁ ମୁକ୍ତି ପାଇ ସାରିଲେଣି ।

 

ଏ ନେଇ ରିକି କୁହନ୍ତି ଯେ ଥରେ ସ୍ୱପ୍ନରେ ତାଙ୍କ ମୃତ ଜେଜେମା’ ଆସି ତାଙ୍କୁ ଏକ ଭିଡିଓ ଦେଖାଇଲେ । ଏହି ଭିଡିଓରେ ସ୍ପାଇଡରମ୍ୟାନ୍ ଏକ ଡାକ୍ତରଖାନାକୁ ଯାଇ ରୋଗୀଣା ପିଲାଙ୍କୁ ସୁସ୍ଥ ହେବାରେ ସାହାର୍ଯ୍ୟ କରୁଛି । ଏହାପରେ ରିକି ତାଙ୍କ ଜେଜେମା’ଙ୍କୁ ଏହା କେଉଁ ସିନେମାର ଦୃଶ୍ୟ ପ୍ରଶ୍ନ କରିଥିଲେ । କିନ୍ତୁ ଜେଜେମା’ କହିଥିଲେ ଏହା ସେ ନିଜେ ଏବଂ ସକାଳେ ହେବା କ୍ଷଣି ସେ ଏହି କାମକୁ ସତରେ ପରିଣତ କରି ଦେଖାଇବେ । ଏହା ପରଠାରୁ ସେ ଆଉ ପଛକୁ ବୁଲି ଚାହିଁନଥିଲେ ।

 

କିନ୍ତୁ ରିକିଙ୍କ ଦୁଃଖ ଏତିକିରେ ଶେଷ ହୋଇନଥିଲା । କିଛି ପିଲାଙ୍କ ସହ ତାଙ୍କର ଖୁବ୍ ଗଭୀର ବନ୍ଧୁତା ସ୍ଥାପନ ହୋଇସାରିଥିଲା । କିନ୍ତୁ ସେହି ପିଲାଙ୍କ ମୃତ୍ୟୁରେ ରିକି ଏଳରକମର ଭାଙ୍ଗିପଡୁଥିଲେ ହେଁ ଆଉ ଏକ ପିଲାର ମୁହଁରେ ହସ ଦେଖିବା ପାଇଁ ସେ ପରଦିନ ପୁଣି ଡାକ୍ତରଖାନାକୁ ବାହାରି ପଡୁଥିଲେ । କିଛି ପିଲା ରିକିଙ୍କ କୋଳରେ ମୃତ୍ୟୁବରଣ କରିଥିବା କଥା ମଧ୍ୟ ସେ ଏକ ସାକ୍ଷାତକାରରେ କହିଥିଲେ ।