କ୍ୟାବରେ ଯାତ୍ରା କରୁଥିବା ମହିଳାଙ୍କ ପାଇଁ ଖୁସିଖବର ! ସରକାର ନେଲେ ବଡ ପଦକ୍ଷେପ । 

43

ଟ୍ୟାକ୍ସି ସମୂହ ଯେଭଳି ଓଲା ଏବଂ ଉବର୍ ମହିଳାଙ୍କ ସୁରକ୍ଷା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ଏଥିରେ ମହିଳାଙ୍କୁ ସହଚାରୀ ଚୟନ କରିବାର ଅବଯାତ୍ରୀ ମିଳିବ । ଏଭଳି ପଦକ୍ଷେପ ନିଆଯାଇଯିବାର କାରଣ ଡ୍ରାଇଭର୍ ଏବଂ ସହଯାତ୍ରୀଙ୍କ ଦ୍ୱାରା ବଢୁଥିବା ଦୁଷ୍କର୍ମକୁ ଯେଭଳି କମ୍ କରିବା ।

କେନ୍ଦ୍ରୀୟ ସଡକ ଏବଂ ରାଜମାର୍ଗ ମନ୍ତ୍ରାଳୟ ଏନେଇ ଟ୍ୟାକ୍ସି ସମୂହ ସଙ୍ଗେ ବୈଠକ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି । ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ସେୟାର ଟ୍ୟାକ୍ସି ପାଇଁ ଏହା ଏକ ଭଲ ବିକଳ୍ପ ହୋଇପାରେ । ଯେଉଁଥିରେ ମହିଳା ନିଜ ସୁରକ୍ଷା ନିଜେ କରିବା ପାଇଁ ସମ୍ପୁର୍ଣ୍ଣ ସୁବିଧା ପାଇପାରିବେ । କେନ୍ଦ୍ରୀୟ ମହିଳା ଏବଂ ବାଳ ମନ୍ତ୍ରାଳୟ ମନ୍ତ୍ରୀ ମେନକା ଗାନ୍ଧୀ ଏନେଇ ମହିଳାଙ୍କୁ ନିଜ ସହଯାତ୍ରୀ ନିଜେ ଚୟନ କରିବା ଏବଂ ସୁରକ୍ଷିତ ରହିବା ପାଇଁ ମଧ୍ୟ କହିଥିଲେ ।

ଏହି ମାମଲାରେ ଉବର୍ କମ୍ପାନୀକୁ ଯେତେବେଳେ ପ୍ରତିକ୍ରିୟା ଦେବାକୁ କୁହାଗଲା କମ୍ପାନୀର ମୁଖ୍ୟ ପ୍ରବକ୍ତା କହିଥିଲେ ଯେ କମ୍ପାନୀ ତରଫରୁ ଯାତ୍ରୀଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ପ୍ରକ୍ରିୟାର ବ୍ୟବହାର କରାଯାଉଛି । କିନ୍ତୁ ସରକାର ଏହି ପ୍ରକ୍ରିୟାରେ ଅଧିକ ସୁବିଧା ଆଣିବାକୁ ଚାହୁଁଥିଲେ କମ୍ପାନୀ ତରଫରୁ ଏଥିପ୍ରତି ସ୍ୱାଗତ କରାଯିବ ।