ମାନବିକତାର ଉଦାହରଣ ଦେଲେ ଡେଲିଭରି ବଏ ! ନିଜ କାମକୁ ପଛରେ ପକାଇ ରୋଗୀକୁ ଦେଲେ ନୂତନ ଜୀବନ । 

49

ସମାଜରେ ଖଳ ଲୋକଙ୍କ ଅଭାବ ନାହିଁ ତାହା ତ ନିରାଟ ସତ କିନ୍ତୁ ଏଭଳି ଲୋକ ମଧ୍ୟ ଅଛନ୍ତି ଯାହାଙ୍କ କାମ ଲୋକଙ୍କ ମଧ୍ୟରେ ଉଦାହରଣ ସୃଷ୍ଟି କରିବା ପାଇଁ ଯଥେଷ୍ଟ । ଏଭଳି ଜଣେ ବ୍ୟକ୍ତି ଏବଂ ଘଟଣା ସାମ୍ମାକୁ ଆସିଛି । ତେବେ ଘଟଣାଟି ହେଉଛି ଚୀନର । ଏଠାରେ ଗୋଟିଏ ଆମ୍ବୁଲାନ୍ସ ଅଧରାତିରେ ଜଣେ ରୋଗୀକୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ଭୁଲବଶତଃ ରାସ୍ତା ଭୁଲିଯାଇଥିଲେ । ଏଣେ ରୋଗୀଙ୍କ ଦେହ ଖରାପ ହେବାରେ ଲାଗିଥାଏ । କର୍ମଚାରୀ ବୁଦ୍ଧି ନପାଇ ବାଟରେ ଯାଉଥିବା ଜଣେ ଡେଲିଭରି ବଏକୁ ଡାକ୍ତରଖାନା ରାସ୍ତା ପଚାରି ବୁଝିଥିଲେ । ଡେଲିଭରି ବଏ ଜଣକ ସେତେବେଳେ ନିଜ ଡ୍ୟୁଟିରେ ଥିଲେ । ଡ୍ୟୁଟିରେ ଥିବା ସତ୍ତେ୍ୱ ସେ ଆମ୍ବୁଲାନ୍ସକୁ ନା କେବଳ ବାଟ ବତାଇଲେ ବରଂ ସେ ଆମ୍ବୁଲାନ୍ସ ଆଗରେ ଯାଇ ଉକ୍ତ ରୋଗୀଙ୍କୁ ଡାକ୍ତରଖାନାରେ ମଧ୍ୟ ପହଞ୍ଚାଇଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠେ ଯେ କ’ଣ ଆମ୍ବୁଲାନ୍ସ ପାଖରେ ଡାକ୍ତରଖାନାର ଠିକଣା ନଥିଲା । ତେବେ ଏହି ପ୍ରଶ୍ନର ଉତ୍ତର ମଧ୍ୟ ଆମେ ଆପଣଙ୍କୁ କହିରଖୁଛୁ । ଚୀନରେ ଓଲା ଏବଂ ଉବର୍ ଭଳି ଆମ୍ବୁଲାନ୍ସକୁ ବୁକ୍ କରାଯାଏ ଏବଂ ଜିପିଏସ୍ ଜରିଆରେ ଆମ୍ବୁଲାନ୍ସ ଡାକ୍ତରଖାନାକୁ ଯାଏ । କିନ୍ତୁ ଏହି ମାମଲାରେ ଜିପିଏସ୍ ହଠାତ୍ କାମ କରିବା ବନ୍ଦ କରିଦେଲା ଏବଂ ଏଭଳି ପରିସ୍ଥିତି ଉପୁଜିଲା ।

ତେବେ ଲୁ ହୁଚେଙ୍ଗ୍ ନାମକ ଏହି ଡେଲିଭରି ବଏ ଯଦି ଉକ୍ତ ସ୍ଥାନରେ ନଥାନ୍ତେ ତେବେ ରୋଗୀ ଜଣଙ୍କ ନୂତନ ଜୀବନ ପାଇପାରିନଥାନ୍ତେ ବୋଲି ଡାକ୍ତର କହିଥିଲେ । ତେବେ ଆମ୍ବୁଲାନ୍ସକୁ ଡାକ୍ତରଖାନାରେ ପହଞ୍ଚାଇ ମଧ୍ୟ ଠିକ୍ ସମୟରେ ସେ ଖାଦ୍ୟ ଡେଲିଭରି କରି ଘରକୁ ଯାଇଥିଲେ । ଏବଂ ସକାଳ ହେବା ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କୁ ସୋସିଆଲ୍ ମିଡିଆରେ ହିରୋର ମାନ୍ୟତା ମିଳିସାରିଛି ।