ମିଳିଗଲା ପ୍ରମାଣ,ବାଲାକୋଟରେ ଏୟାରଷ୍ଟ୍ରାଇକ୍ ସମୟରେ ଜୈଶ୍ ଆଡ୍ଡାରେ ସକ୍ରିୟ ଥିଲା ୨୮୦ ମୋବାଇଲ୍
କନକ ବ୍ୟୁରୋ : ଭାରତୀୟ ମିରାଜ୍ ବିମାନ ଆକ୍ରମଣରେ ଜୈସର ବାଲାକୋଟ୍ ଆଡ୍ଡା କେତେ କ୍ଷତିଗ୍ରସ୍ତ ହୋଇଛି ଏବଂ କେତେ ଲୋକ ପ୍ରାଣ ହରାଇଛନ୍ତି । ଏହାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଏନ୍ଟିଆର୍ଓ (ଜାତୀୟ ବୈଷୟିକ ଗବେଷଣା ସଂଗଠନ) ଦେଇଥିବା ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଅତିକମରେ ୩୦୦ ଲୋକ ପ୍ରାଣ ହରାଇ ଥାଇପାରନ୍ତି । କାରଣ ମିରାଜ୍ ବିମାନ ଆକ୍ରମଣ ବେଳେ ଜୈସ ମହମ୍ମଦର ବାଲାକୋଟ ଶିବିରରେ ୨୮୦ ମୋବାଇଲ ଫୋନ୍ ସକ୍ରିୟ ଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ ବାଲାକୋଟ ଶିବିର ଉପରେ ଆକ୍ରମଣ ଲାଗି ଭାରତୀୟ ବାୟୁ ସେନା ଅନୁମତି ଦେବା ପରେ ଏହି ଆତଙ୍କବାଦୀ ଶିବିର ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ଆତଙ୍କବାଦୀଙ୍କ ସମେତ ଅସ୍ତ୍ରାଗାର ମଧ୍ୟ ଥିଲା । ଏନ୍ଟିଆ୍ରଓ ପକ୍ଷରୁ କରାଯାଇଥିବା ବୈଷୟିକ ସର୍ଭେକ୍ଷଣ ଅନୁଯାୟୀ ଶିବିରରେ ୨୮୦ ମୋବାଇଲ ଫୋନ୍ ରହିଥିଲା । ଏହି ଫୋନ ଗୁଡ଼ିକର ସିଗନାଲ ସକ୍ରିୟ ଥିଲା ।