ଆତଙ୍କୀଙ୍କ ପାଇଁ ଅଶୁଭ ଅଗଷ୍ଟ ! ଚଳିତ ମାସରେ ୨୮ଜଣଙ୍କୁ ନର୍କର ରାସ୍ତା ଦେଖାଇଛନ୍ତି ଭାରତୀୟ ଯବାନ୍

34

କନକ ବ୍ୟୁରୋ : ଆତଙ୍କୀଙ୍କ ପାଇଁ ଅଶୁଭ ପାଲଟିଛି ଅଗଷ୍ଟ । ଚଳିତ ବର୍ଷ ୧୪୫ ଜଣ ଆତଙ୍କବାଦୀଙ୍କୁ ନର୍କର ରାସ୍ତା ଦେଖାଇସାରିଛନ୍ତି ଭାରତୀୟ ସୁରକ୍ଷାକର୍ମୀ । ସବୁଠାରୁ ବଡ କଥା ହେଉଛି କେବଳ ଅଗଷ୍ଟ ମାସରେ ୨୮ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ଗତ ତିନି ମାସ ମଧ୍ୟରେ ଅର୍ଥାତ୍ ଜୁନ୍ , ଜୁଲାଇ ଏବଂ ଅଗଷ୍ଟ ମାସ ଭିତରେ କଶ୍ମୀର ଘାଟିରେ ୮୭ ଜଣ ଆତଙ୍କବାଦୀଙ୍କୁ ଧୂଳି ଚଟାଇସାରିଛନ୍ତି ଭାରତୀୟ ଯବାନ୍ । ତେବେ ମୃତ ଆତଙ୍କବାଦୀ ନିକଟରୁ ୧୦୮ରୁ ଅଧିକ ବିପଦଜ୍ଜନକ ହତିଆର୍ ମଧ୍ୟ ଜବତ ହୋଇଛି । ଏଭଳି ଏକ ଚାଂଚାଲ୍ୟକର ରିପୋର୍ଟ ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ।

ତେବେ ଏତେ ସଂଖ୍ୟକ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ବି ପାକିସ୍ତାନର ଚେତା ପଶିନି । ବିଦେଶୀ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇ ଭାରତରେ ଅନୁପ୍ରବେଶ କରାଇବା ପାଇଁ ପୁରା ପ୍ରୟାସ ଚଳାଇଛି ଏହି ଆତଙ୍କୀ ରାଷ୍ଟ୍ର । ତେଣୁ ଏଲଓସିରେ ଆତଙ୍କବାଦୀଙ୍କ ଉପରେ କଡା ନଜର ରଖିବା ସହ ଲଗାମ୍ କଶିକି ରଖିଛି ଭାରତ । ଫଳରେ ଅନୁପ୍ରବେଶ ପାଇଁ ଦ୍ୱତୀୟ ରାସ୍ତା ଖୋଜିବାରେ ଲାଗିଛନ୍ତି ଆତଙ୍କବାଦୀ । ହେଲେ ଅପରେସନ୍ ଅଲଆଉଟ୍ ଜରିଆରେ ସମସ୍ତଙ୍କ ଆତଙ୍କୀଙ୍କୁ ଉଡାଇବାକୁ ଯେମିତି ଭୀଷ୍ମପ୍ରତିଜ୍ଞା କରିଛନ୍ତି ଭାରତୀୟ ସେନା ।

ସୁରକ୍ଷାକର୍ମୀଙ୍କ ପ୍ଲାନ୍ ରହିଛି ପାକ୍ ଅଧିକୃତ କଶ୍ମୀରରେ ଯେମିତି ଆତଙ୍କବାଦୀ ଏବଂ ଆଇଏସଆଇ ଏଜେଂଟ୍ ପ୍ରବେଶ ନକରନ୍ତି । ଏହା ସହ କଶ୍ମୀର ଘାଟିରେ ଯେତିକି ବି ଆତଙ୍କବାଦୀ ଅଛନ୍ତି ସେମାନଙ୍କୁ ସଫା କରି ଘାଟିକୁ ଆତଙ୍କ ମୁକ୍ତ କରିବା ।