ବାତ୍ୟା ନାଁରେ ମିଛ ଖବର । ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ୩ବର୍ଷର ତଳର ପୁରୁଣା ଭିଡିଓ, କନକ ନ୍ୟୁଜ୍ ନାଁରେ କରାଯାଉଛି ଅପପ୍ରଚାର

1,131

କନକ ବ୍ୟୁରୋ : ଅକ୍ଟୋବର ୨୮ ତାରିଖରେ ପୁଣି ଏକ ବାତ୍ୟା ଓଡିଶା ମୁହାଁ ହେଉଥିବା ନେଇ ସୋସିଆଲ ମିଡିଆରେ କନକ ନ୍ୟୁଜର ଏକ ଭିଡିଓ ଭାଇରାଲ ହେଉଛି । ଏଠି ଆମେ କହିରଖୁଛୁ ଯେ, ଏହି ଖବର ସମ୍ପୂର୍ଣ୍ଣ ଗୁଜବ । ଏଭଳି କୌଣସି ବାତ୍ୟା ଓଡିଶା ଆଡକୁ ଆସୁନାହିଁ । ପ୍ରକୃତରେ ଏହି ଭିଡିଓଟି ତିନି ବର୍ଷ ପୁରୁଣା ଭିଡିଓ ।

ଗତ ୨୦୧୬ ଅକ୍ଟୋବର ୨୩ ତାରିଖରେ କନକ ନ୍ୟୁଜର ଏହି ଖବର ପ୍ରସାରଣ ହୋଇଥିଲା । ୩ ବର୍ଷ ତଳର ଏହି ପୁରୁଣା ଭିଡିଓକୁ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ବର୍ତମାନ ଲଘୁଚାପ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୨୮ ତାରିଖକୁ ନଜରରେ ରଖି ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ଭାଇରାଲ କରାଯାଉଛି । ତେବେ କିଏ ଏବଂ କାହିଁକି କନକ ନ୍ୟୁଜର ପୁରୁଣା ଖବରକୁ ଏଭଳି ଭାଇରାଲ କରୁଛି ତାହା ଜଣାପଡିନାହିଁ ।

ଏଠି ଆମେ କହି ରୁଖୁଛୁ ଯେ, କନକ ନ୍ୟୁଜ୍ ସବୁବେଳେ ସତ୍ୟ ଖବର ପରିବେଶଣ କରିଆସିଛି । ତେଣୁ କନକ ନ୍ୟୁଜ୍ ପ୍ରତି ବିଶ୍ୱାସ ରଖି ଦର୍ଶକ ପୂର୍ବଭଳି ସତ ଓ ସଠିକ୍ ଖବର ପ୍ରତି ମୁହୂର୍ତ୍ତରେ ପାଇପାରିବେ ।