ଅମରନାଥ ଯାତ୍ରୀଙ୍କ ସୁରକ୍ଷା ପାଇଁ ୨୭ହଜାର ସୁରକ୍ଷାକର୍ମୀ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି !

27

କନକ ବ୍ୟୁରୋ : ଅମରନାଥ ତୀର୍ତଯାତ୍ରାରେ ଯାଉଥିବା ତୀର୍ଥଯାତ୍ରୀଙ୍କୁ ସୁରକ୍ଷା ପାଇଁ ୨୭ହଜାର ସୁରକ୍ଷାକର୍ମୀ ଯୋଗାଇ ଦେବାକୁ ଦାବି । ଜାମ୍ମୁ କାଶ୍ମୀର ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବି କରିଛନ୍ତି । ଦୀର୍ଘ ୪୦ ଦିନ ବ୍ୟାପି ହେବାକୁ ଥିବା ପବିତ୍ର ଅମରନାଥ ଯାତ୍ରା ଜୁନ୍ ୨୯ରୁ ଆରମ୍ଭ ହେବ । ତେବେ ଏହା ଉପରେ ହିଂସା ସୃଷ୍ଟି କରୁଥିବା ପଥରଫିଙ୍ଗାଳି ଦଳ ଓ ଆତଙ୍କବାଦୀଙ୍କ ବପଦ ଥିବା ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ତୀର୍ଥ ମାର୍ଗର ସବୁସ୍ଥାନରେ ସୁରକ୍ଷାକର୍ମୀ ମୁତୟନ କରାଯିବ । କେନ୍ଦ୍ର ଗୃହ ସଚିବ ରାଜୀବ ମହର୍ଷିଙ୍କ ନେତୃତ୍ୱରେ ବସିଥିବା ଉଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି ।