ବିଜୁଳି ମାଡରେ ଦିନକ ଭିତରେ ଗଲା ୨୭ ଜୀବନ

9

କନକ ବ୍ୟୁରୋ : ଶ୍ରାବଣର ଅଶୁଭ ଶନିବାର । ସାରା ରାଜ୍ୟରେ ବଜ୍ରାଘାତ ଆଜି ଭୟଙ୍କର ରୂପ ନେଇଛି । ପ୍ରକୃତିର ଏହି ତାଣ୍ଡବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ହଠାତ୍ ପାଗରେ ପରିବର୍ତନ ଘଟି ଆକାଶରେ ମାଡି ଆସିଥିଲା କଳାହାଣ୍ଡିଆ ମେଘ । ତାସାଙ୍ଗକୁ ବିଜୁଳିର ଭୟଙ୍କର ରୂପ, ସାରା ରାଜ୍ୟକୁ ଭୟଭୀତ କରିଦେଇଥିଲା । ବାଲେଶ୍ୱର ଓ ଭଦ୍ରକରେ ବଜ୍ରଘାତ ସବୁଠାରୁ ଅଧିକ ପ୍ରାଣ ନେଇଛି । ଭଦ୍ରକରେ ୮ ଏବଂ ବାଲେଶ୍ୱରରେ ୭ ଜଣଙ୍କ ଜୀବନ ଚାଲିଯାଇଛି । ସେହିପରି ଖୋର୍ଦ୍ଦା ଜିଲ୍ଲାରେ ୪ ଜଣ, କେନ୍ଦୁଝର ଜିଲ୍ଲାରେ ୨ଜଣ ଏବଂ ନୟାଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର, ଜଗତସିଂହପୁର ଜଣେ ଲେଖାଁଁଏ ପ୍ରାଣ ହରାଇଛନ୍ତି । ଏଥିସହ ଅନେକ ଆହତ ହୋଇଥିବା ଖବର ମଧ୍ୟ ମିଳୁଛି  ।