ଉତ୍ତରପ୍ରଦେଶରେ ଭୟଙ୍କର ଧୂଳିଝଡ ! ଝଡ ତୋଫାନରେ ଗଲା ୨୬ ଜୀବନ, ଦିଲ୍ଲୀରେ ଓ ମୁମ୍ବାଇରେ ବି ଲାଗି ରହିଛି ବର୍ଷା

27

କନକ ବ୍ୟୁରୋ: ଦେଶର ଅନେକ ସ୍ଥାନରେ ଝଡତୋଫନ ଲାଗି ରହିଛି । ଉତ୍ତରପ୍ରଦେଶରେ ପ୍ରବଳ ଝଡତୋଫାନ ୨୬ଜଣଙ୍କ ଜୀବନ ନେଇଛି । ଉତ୍ତରପ୍ରଦେଶର ୧୧ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଧୂଳିଝଡ଼ ଆସିବା ପରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା । ଏହା ଦ୍ୱାରା ୨୬ ଲୋକ ମୃତ୍ୟୁବରଣ କରିଥିବା ସରକାରୀ ସୁତ୍ରରୁ ଜଣାପଡିଛି । ମୃତ୍ୟ ବରଣ କରିଥିବା ଲୋକମାନଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଦିଲ୍ଲୀ ଏନସିଆର ଅଂଚଳରେ ପବନ ସହିତ ବର୍ଷା ହୋଇଛି । ପ୍ରବଳ ମାତ୍ରାରେ ବର୍ଷା ସହ ପବନ ଯୋଗୁ ବିମାନ ଉଡାଣ ପ୍ରଭାବିତ ହୋଇଛି । ଦିଲ୍ଲୀ ସହିତ ନୋଏଡ଼ା, ଗାଜିୟାଦବାଦ ଏବଂ ଗୁରୁଗାଁଓରେ ମଧ୍ୟ ପବନ ସହ ବର୍ଷା ଜାରି ରହିଛି । ସେପଟେ ମୁମ୍ବାଇରେ ବି କିଛି କମ୍ ତାଣ୍ଡବ ରଚିନି ମୌସୁମୀ ବର୍ଷ । ମୁମ୍ବାଇରେ ଗତକାଲି ରାତିରେ ଭାରିମାତ୍ରାରେ ବର୍ଷା ହୋଇଛି । ବର୍ଷା ପବନରେ ଗୋଟିଏ କୁନି ଝିଅ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି । ଆସନ୍ତା ଜୁନ ୧୨ ତାରିଖ ଯାଏଁ ମୁମ୍ବାଇରେ ଅଧିକରୁ ଅଧିକ ବର୍ଷା ହେବା ନେଇ ମଧ୍ୟ ଅନୁମାନ କରୁଛି ଭାରତୀୟ ପାଣିପାଗ ବିଭାଗ । ବର୍ଷା ଯୋଗୁ ମୁମ୍ବାଇର ରାସ୍ତଘାଟ ସବୁ ପାଣିରେ ବୁଡି ରହିଛି । ଗାଡି ମଟରର ଅଧିକାଶ ଅଂଶ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି ।

ତେବେ ଗୋଟିଏ ପଟେ ମୌସୁମୀ ବର୍ଷା ମୁମ୍ବାଇର ଅବସ୍ଥା ବେହାଲ କରିଦେଇଥିବା ବେଳେ ଅନ୍ୟପଟେ ମୁମ୍ବାଇବାସୀଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ବର୍ଷା ପାଣିରେ ଉବୁଟୁବୁ ଗୋଆ ରାଜଧାନୀ ପାଣାଜିର ରାଜରାସ୍ତା । କେଇ ଘଂଟାର ବର୍ଷାରେ ରାସ୍ତାରେ ଉପରେ ପାଣି ଲହଡି ଭାଙ୍ଗୁଛି । ରାସ୍ତାରେ ଗାଡି ଚଳାଚଳ ସହ ଲୋକଙ୍କ ଯିବା ଆସିବା ପ୍ରଭାବିତ ହୋଇଛି । ପାଗ କୋହଲା ରହିବା ସହ ବର୍ଷା ଜାରି ରହିଛି ।