ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଲା ୨୬ ୟୁଏସ ଡଲାର ! କେଉଁଠୁ ଆସିଲା ଡଲାର, ତାକୁ ନେଇ ଚର୍ଚ୍ଚା

378

କନକ ବ୍ୟୁରୋ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ଡଲାର । ଗତକାଲି ହୁଣ୍ଡିର ଦାନକୁ ଗଣିଲାବେଳେ ଏହା ଜଣାପଡିଛି । ହୁଣ୍ଡିରେ ଦାନର ପରିମାଣ ଥିଲା ୨ ଲକ୍ଷ ୧୪ ହଜାର ୮୯ ଟଙ୍କା ମିଳିଥିଲା । ଏଥିମଧ୍ୟରେ ରହିଥିଲା ୨୬ ଆମେରିକୀୟ ଡଲାର । ଏହାଛଡା ୧୪ ଗ୍ରାମରୁ ଅଧିକ ସୁନା ଓ ୯୬କିଲୋମଗ୍ରାମରୁ ଅଧିକ ରୂପା ରହିଥିଲା ।

ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ଆସିଲେ ହୁଣ୍ଡିରେ ଦାନ ଓ ଦକ୍ଷିଣା ପକାଇଥାନ୍ତି । ପ୍ରତ୍ୟେକ ଦିନ ରାତିରେ ଏହି ଟଙ୍କାକୁ ଗଣାଯାଇ ଟଙ୍କା ଓ ଦାନ ଜିନିଷକୁ ସାର୍ବଜନୀନ କରାଯାଇଥାଏ । ତେବେ ଦାନ କିଏ ଦେଇଥାଏ ତାହା ଜଣାପଡେନାହିଁ । ହୁଣ୍ଡିରେ ପକାଯାଇଥିବା ଏହି ଡଲାର କୌଣସି ବିଦେଶୀ ଭକ୍ତ ଓ ପ୍ରବାସୀ ଭାରତୀୟ ପକାଇଥିବା ଅନୁମାନ କରାଯାଉଛି ।